କରୋନା ଟିକା ନେବାକୁ ଚାହୁଁଥିଲେ କ’ଣ କରିବେ ଓ କ’ଣ କରିବେନି, ଜାଣନ୍ତୁ ସବୁ କଥା

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଛି। ଏଣୁ ଗତବର୍ଷ ତୁଳନାରେ ଚଳିତବର୍ଷ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଇତି ମଧ୍ୟରେ ଟିକାଦାନ ପ୍ରକ୍ରିୟା ବି ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି। କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି, ଯେଉଁମାନେ କିଭଳି ଭାବେ ଟିକା ନେବେ ଓ ଟିକା ନେବା ପରେ କ’ଣ କରିବେ କ’ଣ ନ କରିବେ ସେ ନେଇ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ଟିକା ନେବା ପୂର୍ବରୁ ଓ ପରେ କ’ଣ କରିବେ କ’ଣ ନ କରିବେ ସେ ସମ୍ପର୍କରେ ସରକାରଙ୍କ ତରଫରୁ ଜାରି କରାଯାଇଥିବା କେତେକ ପରାମର୍ଶ ବିଷୟରେ…

କ’ଣ କରିବେ:

  • ଟିକା ନେବା ପାଇଁ ଆଗୁଆ ନିଜ ନାଁ ରେଜିଷ୍ଟର କରିବା ଉଚିତ୍‌।
  • ଏଥିପାଇଁ ଆପଣ ଚାହିଁଲେ କୋ-ଓ୍ଵିନ୍‌ କିମ୍ବା ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ପ୍ଲାଟଫର୍ମରେ ନିଜ ନାଁ ପଞ୍ଜିକରଣ କରିପାରିବେ।
  • ରେଜିଷ୍ଟ୍ରେସନ୍‌ କରିବା ପାଇଁ ଗୋଟିଏ ଫୋନ୍‌ ନମ୍ବର ଓ ଗୋଟିଏ ଆଇଡି କାର୍ଡ ବା ପରିଚୟ ପତ୍ର ହିଁ ବ୍ୟବହାର କରନ୍ତୁ।
  • ନିକଟସ୍ଥ ଟିକାଦାନ କେନ୍ଦ୍ରକୁ କୋ-ଓ୍ଵିନ୍‌ ଆପ୍‌ କିମ୍ବା ଆରୋଗ୍ୟ ସେତୁ ଆପ୍‌ ସାହାଯ୍ୟରେ ସର୍ଚ୍ଚ କରନ୍ତୁ।
  • ଏବେ ଆପଣଙ୍କ ନିକଟକୁ ଏକ ହେଲଥ ଆଇଡି ଆସିବ, ତାହାକୁ ଗ୍ରହଣ କରନ୍ତୁ।
  • ଏଥିରେ ଆପଣଙ୍କ ଟିକାକରଣର ତାରିଖ ଓ ସମୟ ଦିଆଯାଇଥିବ।
  • ଟିକା ନେବାକୁ ଯିବା ବେଳେ ସାଙ୍ଗରେ ଯେଉଁ ପରିଚୟ ପତ୍ରରେ ରେଜିଷ୍ଟ୍ରେସନ୍‌ କରିଥିଲେ ତାହାକୁ ନେଇ ଯାଆନ୍ତୁ।
  • ଟିକା ନେବା ପରେ କେନ୍ଦ୍ରରେ ୩୦ ମିନିଟ୍‌ ବିଶ୍ରାମ ନିଅନ୍ତୁ।
  • ୩୦ ମିନିଟ୍‌ ଭିତରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଛି ତେବେ ତୁରନ୍ତ ଉପସ୍ଥିତ ଡାକ୍ତରଙ୍କୁ ଜଣାନ୍ତୁ।
  • ନଚେତ୍‌ ଆପଣ ହେଲ୍ପ ଲାଇନ୍‌ ନମ୍ବର +୯୧-୧୧-୨୩୯୭୮୦୪୬(ଟୋଲ ଫ୍ରି-୧୦୭୫)କୁ ବି ଫୋନ୍‌ କରି ସାଇଡ୍‌ ଇଫେକ୍ଟ ସମ୍ପର୍କରେ ଜଣାଇପାରିବେ।
  • ଟିକା ନେବା ପରେ ବି ସାମାଜିକ ଦୂରତ୍ୱ ପାଳନ କରିବା ସହ ମାସ୍କ ପିନ୍ଧନ୍ତୁ।

covid

କ’ଣ କରିବେ ନାହିଁ:

  • ବିନା ଆପଏଣ୍ଟମେଣ୍ଟରେ ଟିକା କେନ୍ଦ୍ରକୁ ଯାଆନ୍ତୁ ନାହିଁ।
  • ଜଣେ ବ୍ୟକ୍ତି ବିଭିନ୍ନ ପ୍ଲାଟଫର୍ମରେ ରେଜିଷ୍ଟ୍ରେସନ୍‌ କରନ୍ତୁ ନାହିଁ।
  • ଜଣେ ବ୍ୟକ୍ତି ଏକାଧିକ ଫୋନ୍‌ ନମ୍ବର ଓ ଏକାଧିକ ପରିଚୟ ପତ୍ର ବ୍ୟବହାର କରି ରେଜିଷ୍ଟ୍ରେସନ୍‌ କରନ୍ତୁ ନାହିଁ।
  • ଟିକା ନେବା ଦିନ ଆଲକହଲ କିମ୍ବା ଅନ୍ୟ ନିଶାଜାତୀୟ ଦ୍ରବ୍ୟ ସେବନ କରନ୍ତୁ ନାହିଁ।
  • ସାଇଡ୍‌ ଇଫେକ୍ଟ ଦେଖାଇଲେ ତୁରନ୍ତ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତୁ ନାହିଁ।
  • ତୁରନ୍ତ ଦ୍ୱିତୀୟ ଡୋଜ୍‌ ପାଇଁ ରେଜିଷ୍ଟ୍ରେସନ୍‌ କରାନ୍ତୁ ନାହିଁ।
Leave A Reply

Your email address will not be published.