ରୁପା ପାତ୍ରରେ ପିଲାଙ୍କୁ ଦିଅନ୍ତୁ ଖାଇବାକୁ, ମିଳିବ ଏହି ସବୁ ଫାଇଦା
ଚାନ୍ଦି ବା ରୁପା ପାତ୍ରରେ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ସେଥିପାଇଁ ବୋଧହୁଏ ଛୋଟ ପିଲାଙ୍କୁ ପ୍ରଥମେ ରୁପା ଚାମଚରେ ମହୁ ଚଟାଯାଇଥାଏ । ଆଗକାଳରେ ସେଥିପାଇଁ ଜେଜେ ମା’ ଓ ଆଇ ପିଲାଙ୍କୁ ରୁପା ପାତ୍ରରେ ଖାଇବାକୁ ଦେଇଥାନ୍ତି । ଆସନ୍ତୁ ଜାଣିବା ରୁପା ପାତ୍ରରେ ପିଲାଙ୍କୁ ଖାଇବାକୁ ଦେଲେ କ’ଣ ସବୁ ମିଳିବ ଫାଇଦା ।
– ରୁପା ମସ୍ତକ ପାଇଁ ବହୁ ଲାଭଦାୟକ ହୋଇଥାଏ । ତେଣୁ ରୁପା ପାତ୍ରରେ ଖାଇବା ଦ୍ୱାରା ପିଲାଙ୍କ ମସ୍ତିସ୍କ ପ୍ରଖର ହୋଇଥାଏ । କେତେକ ଆର୍ୟୁବେଦୀୟ ଔଷଧରେ ସେଥିପାଇଁ ରୁପାର ପ୍ରୟୋଗ କରାଯାଏ ।
– ରୁପା ପାତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପିଲାଙ୍କୁ ଏଥିରେ ଖୁଆଇବା ଦ୍ୱାରା ବହୁ ରୋଗରୁ ରକ୍ଷା ମିଳିଥାଏ ।
– ରୁପା ପାତ୍ର କେମିକାଲ୍ ଫ୍ରି ହୋଇଥାଏ । ତେଣୁ ଏଥିରେ ଶିଶୁଙ୍କୁ ଖୁଆଇବା ସୁରକ୍ଷିତ ହୋଇଥାଏ ।
– ରୁପା ପାତ୍ରରେ ପାଣି ପିଆଇବା ଦ୍ୱାରା ଶିଶୁଙ୍କ ଥଣ୍ଡା, ସର୍ଦ୍ଦି, ସଂକ୍ରମଣ ଓ ଋତୁକାଳୀନ ରୋଗ ମଧ୍ୟ ଭଲ ହୋଇଥାଏ ।