ଖୋର୍ଦ୍ଧା: ମାରଣାସ୍ତ୍ର ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟିନେଲେ ୪ ଲକ୍ଷ ୫୦ ହଜାର ଟଙ୍କା

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ମାରଣାସ୍ତ୍ର ଦେଖାଇ ଲୁଟ୍ । ଏହି ଲୁଟର ଶିକାର ହୋଇଛନ୍ତି   ରାମେଶ୍ବର ଅଞ୍ଚଳରେ ଥିବା ପାଇକରାୟ  ପେଟ୍ରୋଲ ପମ୍ପ କର୍ମଚାରୀ । ସ୍ପଷ୍ଟ ଦିବାଲୋକରେ ଦୁଇଟି ପଲସରରେ ମଟର ସାଇକେଲରେ ୬ଜଣ ଲୁଟେରା ଆସି କର୍ମଚାରୀଙ୍କଠାରୁ ଲୁଟି ନେଇଛନ୍ତି ୫ ଲକ୍ଷ ୫୦ ହଜାର ଟଙ୍କା।

petrol pump

ମିଳିଥିବା ସୂଚନା ମୁତାବକ ରାମେଶ୍ୱର ସ୍ଥିତ  ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ  ନିକଟସ୍ଥ ପଞ୍ଜାବ ନାସନାଲ ବ୍ୟାଙ୍କକୁ  ଯାଉଥିଲେ । ପେଟ୍ରୋଲ ଟାଙ୍କି ଠାରୁ ମାତ୍ର କିଛି ବାଟ ଯିବା ପରେ  ଲୁଟେରା ମାନେ  ୨ ଟି ପଲସର  ବାଇକରେ ପିଚ୍ଛା କରି  ଆସି ସ୍କୁଟିକୁ ଗୋଇଠା ମାରିଥିଲେ । ଗୋଇଠା ମାରିବା ଫଳରେ ସ୍କୁଟିଟି ରାସ୍ତା କଡକୁ ଖସି ଯାଇଥିଲା। ପରେ ସ୍କୁଟି ଚାଳକଙ୍କୁ ଲୁଟେରା ମାନେ ଭୁଜାଲି ଦେଖାଇ ଭୟବିତ କରାଇ ସ୍କୁଟି ଚାବି ଛଢ଼ାଇଥିଲେ ଓ ସ୍କୁଟି ଡିକିରୁ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିଲେ।

୨ଟି ପଲସର ବାଇକରେ ୬ଜଣ ଲୁଟେରା ଟଙ୍କା ବ୍ୟାଗ ନେଇ ରଣପୁର ଆଡକୁ ପଳାଇ ଯାଇଥିବା ଲୁଟର ଶିକାର ହୋଇଥିବା କର୍ମଚାରୀମାନେ କହିଛନ୍ତି । ଏନେଇ ପାଇକରାୟ ପେଟ୍ରୋଲ ପମ୍ପ ମ୍ୟାନେଜର ଶ୍ରୀନିବାସ ଶ୍ରୀଚନ୍ଦନଙ୍କ ଅଭିଯୋଗ ପରେ ଜଙ୍କିଆ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ତନାଘନା ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.