ପହଁରୁଥିବା ମାଛର ବେକକୁ ଚିପି ଧରିଲା ବେଙ୍ଗ, ପୁଣି ହେଲା ଜୋର୍ଦାର ଲଢ଼େଇ, ଦେଖନ୍ତୁ ଭିଡିଓ
ଆପଣ କେବେ ବେଙ୍ଗକୁ ମାଛ ଶିକାର କରୁଥିବାର ଦେଖିଛନ୍ତି କି? ଆଉ ତାହା ପୁଣି ପାଣି ଭିତରେ? ଏହା ଶୁଣି ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଅଜବ ଭିଡିଓ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଏକ ବେଙ୍ଗ ପାଣି ଭିତରେ ପଶି ମାଛ ଶିକାର କରୁଛି। ଭାଇରାଲ ହେଉଥିବା ଏହି ଭିଡିଓରେ ପାଣିରେ ପହଁରୁଥିବା ମାଛକୁ ଏକ ବେଙ୍ଗ ଚାପି ଧରିଛି। ବେଙ୍ଗ ଛୋଟିଆ ହେଲେ ମଧ୍ୟ ବଳ ଲଗାଇ ମାଛ ମୁହଁକୁ ଦବେଇକି ରଖିଛି।
ଏହି ସମୟରେ ସେଠି ଉପସ୍ଥିତ ଥିବା କିଛି ଲୋକ ବେଙ୍ଗ, ମାଛର ଲଢ଼େଇକୁ ଦେଖି ନେଇଥିଲେ ଏବଂ ତୁରନ୍ତ ଏହାର ଏକ ଭିଡିଓ ବନାଇଥିଲେ। ପରେ ଏହାକୁ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି।
The Average Anglers ନାମରେ ଥିବା ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ଅପଲୋଡ୍ କରାଯାଇଛି। ଭିଡିଓଟିକୁ ଲୋକେ ଏତେ ପସନ୍ଦ କରୁଛନ୍ତି ଯେ କିଛିଦିନ ପୂର୍ବରୁ ହିଁ ଅପଲୋଡ୍ ହୋଇଥିବା ଭିଡିଓକୁ ପାଖାପାଖି ୧ ଲକ୍ଷ ଲାଇକ୍ସ ମିଳିସାରିଲାଣି। ଭିଡିଓ ପୋଷ୍ଟ କରିବା ବେଳେ ଆକାଉଣ୍ଟ ହ୍ୟାଣ୍ଡଲର ନିଜ କ୍ୟାପସନରେ ଲେଖିଛନ୍ତି, ‘ପୂର୍ବରୁ ଏମିତି କେବେ ଦେଖି ନ ଥିଲି’।
View this post on Instagram