ଆଜି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ, ଟଲ୍‌ ମ୍ୟାନଙ୍କ ସ୍ମୃତିଚାରଣ କରୁଛି ସାରା ଓଡ଼ିଶା

ଭୁବନେଶ୍ବର: ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ରାଜ୍ୟର ଯେଉଁ କେତେ ଜଣ ନେତା ଆଜୀବନ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ୟତମ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ଅତ୍ୟନ୍ତ ସାହସୀ, ସ୍ୱାଭିମାନୀ, ଯୁଗଦ୍ରଷ୍ଟା ଓ ଦୂରଷ୍ଟ୍ରଷ୍ଟା। ଆଜି ତାଙ୍କର ୨୪ତମ ଶ୍ରାଦ୍ଧବାର୍ଷିକୀ। ୧୯୧୬ ମାର୍ଚ୍ଚ ୫ତାରିଖରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାକୁ ସେ ସ୍ୱପ୍ନ ଦେଖିଥିଲେ।

୧୯୯୭ ଏପ୍ରିଲ ୧୭ ତାରିଖରେ ଏହି ମହାନାୟକଙ୍କର ଦେହାନ୍ତ ହୋଇଥିଲା। ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ। ସାଲିସ ବିହୀନ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ଓଡ଼ିଆ ସ୍ୱାଭିମାନର ପ୍ରତୀକ, କଳିଙ୍ଗ ବୀର ଓ ପ୍ରବାଦ ପୁରୁଷ ଭାବରେ ଓଡ଼ିଶାର ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକ।

ଆଜି ଟଲ୍‌ ମ୍ୟାନଙ୍କ ସ୍ମୃତିଚାରଣ କରୁଛି ସାରା ଓଡ଼ିଶା। ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ତାଙ୍କ ସ୍ମତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇପାରିନାହିଁ। ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ସବୁ ମହଲରୁ ଦାବି ହେଉଛି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.