ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍‌, ଜାରି ରହିବ ଅତ୍ୟାବଶ୍ୟକ ସେବା

ଭୁବନେଶ୍ବର: ବଢୁଛି ସଂକ୍ରମଣ । ରାଜ୍ୟରେ ବଢିଲା କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍‌ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍‌ ବଳବତ୍ତର ରହିବ । ଜାରି ରହିବ ଅତ୍ୟାବଶ୍ୟକ ସେବା ।

ହସ୍ପିଟାଲ, କ୍ଲିନିକ୍‌, ନର୍ସିଂ ହୋମ୍‌ ଓ ମେଡିସିନ ଷ୍ଟୋର ଖୋଲା ରହିବ । ଆମ୍ବୁଲାନ୍‌ସ ସେବା, ପୋଲିସ ଓ ଫାୟାର ସର୍ଭିସ୍‌କୁ ବାଦ ଦିଆଯାଇଛି । ସେହିପରି ଜରୁରୀ ସେବାରେ ଥିବା ସରକାରୀ କର୍ମଚାରୀ, ଟେଲିକମ ସେବା ଜାରି ରହିବ । ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଗଣମାଧ୍ୟମ, ଜଳ ଯୋଗାଣ, ସଫେଇ କାମ, ବିଦ୍ୟୁତ୍‌ ସେବା ଯୋଗାଣ ଓ ବଣ୍ଟନ ଜାରି ରହିବ ।

ସଟଡାଉନରେ ମାଲ ପରିବହନ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ, କୃଷି ଭିତ୍ତିକ କାର୍ଯ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍‌ସି ସେବା ଜାରି ରହିବ । ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା କରିପାରିବେ । ଖାଦ୍ୟର ହୋମ୍‌ ଡେଲିଭରି ଜାରି ରହିବ । ଖୋଲା ରହିବ ତେଜରାତି, ପନିପରିବା, ଆମିଷ, କ୍ଷୀର ଦୋକାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.