କରୋନା ଚେନ୍ ଭାଙ୍ଗିବାକୁ କଟକଣା ବଢାଇଲେ ମହାରାଷ୍ଟ୍ର ସରକାର: ଆଜି ରାତି ୮ଟାରୁ ମେ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବଢିଲା କଟକଣା। କରୋନା ଚେନ୍ ଭାଙ୍ଗିବାକୁ କଟକଣା ବଢାଇଲେ ମହାରାଷ୍ଟ୍ର ସରକାର। ଆଜି ରାତି ୮ଟାରୁ ମେ ୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍।
ମହାରାଷ୍ଟ୍ରରେ ନୂଆ ଗାଇଡଲାଇନ ଅନୁସାରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ପୂର୍ବରୁ ୫୦ ପ୍ରତିଶତ ଥିଲା। ଏହାସହ ବିବାହ ଉତ୍ସବ ପାଇଁ କେବଳ ୨ ଘଣ୍ଟା ଅନୁମତି ମିଳିବ । ବିବାହରେ ସାମିଲ ହୋଇପାରିବେ ସର୍ବାଧିକ ୨୫ ଜଣ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରି ପାରିବ। କେହି ଛିଡା ହୋଇ ଯାଇପାରିବେନି। ଘରୋଇ ବସ୍ ପାଇଁ ମଧ୍ୟ କଟକଣା ରହିଛି। ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ଯାଉଥିବା ବସ୍ ଯାତ୍ରୀଙ୍କ ହାତରେ ୧୪ଦିନ କ୍ୱାରେଣ୍ଟାଇନ ରହିବା ପାଇଁ ଷ୍ଟାମ୍ପ ଲଗାଯିବ । ବିନା କାରଣରେ କେହି ଘରୁ ବାହାରିଲେ ୧୦ ହଜାର ଟଙ୍କା ଫାଇନ କଟାଯିବ।