ଭାଙ୍ଗିଲା ମାଲକାନଗିରି ଜିଲ୍ଲା ତମସା ମୁଖ୍ୟ କେନାଲ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

ମାଲକାନଗିରି : ଭାଙ୍ଗିଲା ମାଲକାନଗିରି ଜିଲ୍ଲା ତମସା ମୁଖ୍ୟ କେନାଲ । ମାଲକାନଗିରି ଜିଲ୍ଲାର ଏମଭି-୭ ନିକଟରେ ଭାଙ୍ଗିଲା ତାମସା ମୁଖ୍ୟ କେନାଲ । ଏମପିଭି-୨ ଗାଁ ସହ ଶହ ଶହ ଏକର ଚାଷ ଜମି ଜଳମଗ୍ନ । ଧାନ, ବାଦାମ ଚାଷ ନଷ୍ଟ ସହ ନିକଟରେ ପୋଖରୀରେ ହୋଇଥିବା ମାଛ ଚାଷ ପ୍ରଭାବିତ ।

ଏମପିଭି-୨ ଗାଁ ରେ ପାଣି ପଶିଯିବାରୁ ଜଳମଗ୍ନ ହେବା ସହ ଅନେକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ବର୍ତ୍ତମାନ ସୁଦ୍ଧା ପାଣିର ପ୍ରଖରତା କମି ନଥିବାରୁ ତଳିଆ ଗାଁ ଗୁଡିକର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଏମପି ଭି-୨ ଗ୍ରାମର ଅନେକ ପରିବାର ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ନିମ୍ନ ମାନର କାର୍ଯ୍ୟ ଯାଗୁଁ ଏପରି ହୋଇଥିବା ଅଭିଯୋଗ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.