ପୁରୀ: ବାଲୁକାକଳାରେ କରୋନା ସଚେତନତା । ପୁରୀ ସୁବର୍ଣ୍ଣ ବେଳାଭୂମିରେ ବାଲୁକାକଳା କରି ଲୋକଙ୍କୁ ସଚେତନ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରୁହନ୍ତୁ, ଭ୍ୟାକ୍ସିନ ନିଅନ୍ତୁ ବୋଲି ସଚେତନ କରିଛନ୍ତି ।
ମୁହଁରେ ଠିକ୍ ଭାବେ ମାସ୍କ ଲଗାଇବା, ସାମାଜିକ ଦୂରତା ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିୟମ ମାନିଲେ କରୋନାକୁ ହରାଇପାରିବା ବୋଲି ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।