ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା । ୧୫ ପେଟି କୋଭାକ୍ସିନ ଟିକା ଆଜି ବିମାନବନ୍ଦରରେ ଆସି ପହଞ୍ଚିଛି । ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ହାଇଦ୍ରାବାଦରୁ ବିମାନ ଯୋଗେ ଆସିଛି ।
ପୂର୍ବରୁ ଗତରାତିରେ ଆସି ପହଞ୍ଚିଥିଲା ୨ ଲକ୍ଷ କୋଭିସିଲଡ ଡୋଜ । ରାଜ୍ୟରେ ଏବେ କୋଭିସିଲଡ ଟିକାର ଘୋର ଅଭାବ ଦେଖାଦେଇଛି । ଫଳରେ ୪୫ ବର୍ଷ ବୟସରୁ ଅଧିକ ବର୍ଗରେ ୧୭ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ଅପେକ୍ଷାରେ ଅଛନ୍ତି । ତେବେ ଭୁବନେଶ୍ୱର ମହାନଗର ଅଂଚଳରେ ଦିଆଯାଉଥିବା କୋଭାକ୍ସିନ ଟିକାକୁ ନେଇ କୌଣସି ଅସୁବିଧା ନାହିଁ।