Below header

ଭ୍ଯାକସିନ ନେବା ପାଇଁ ଖାଲି ସ୍ଲଟ ଖୋଜିବାରେ ହେଲପ୍ କରିବ Paytm, ଜାଣନ୍ତୁ କେମିତି ?

ଆପଣ ଭ୍ଯାକସିନ ନେବା ପାଇଁ ରେଜିଷ୍ଟ୍ରେସନ କରିସାରିଛନ୍ତି। କିନ୍ତୁ ଭ୍ଯାକସିନ ନେବା ପାଇଁ ସ୍ଲଟ ମିଳୁନି। ବ୍ଯସ୍ତ ହୁଅନ୍ତୁ ନାହିଁ, ଏବେ ଖାଲି ସ୍ଲଟ ଖୋଜିବାରେ ସାହାଯ୍ଯ କରିବ ପେଟିଏମ। କୋଭିଡ-୧୯କୁ ସାମ୍ନାରେ ରଖି ନୂଆ ଫିଚର ଜାରି କରିଛି ପେଟିଏମ। ଏହି ଫିଚର ବିଷୟରେ ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ଟ୍ବିଟ କରି ଜଣାଇଛନ୍ତି। ଏହି ଫିଚର ଆଣ୍ଡ୍ରଏଡ ଏବଂ iOSରେ ଉପଲବ୍ଧ ହେବ।

ପେଟିଏମର ଏହି ଟୁଲ୍ କ୍ଯାବିନ ବ୍ଯବହାର କରି ରିଅଲ ଟାଇମ ଜଣାଇବ। ଏହାର ବ୍ଯବହାର କରି ଭ୍ଯାକସିନ ନେବା ପାଇଁ ପାଖରେ ଥିବା ଟିକାକରଣ କେନ୍ଦ୍ର ମଧ୍ୟ ଖୋଜିପାରିବେ। ପେଟିଏମରେ ଥିବା ଭ୍ଯାକସିନ ସ୍ଲଟ ଫାଇଣ୍ଡର ପାଖାପାଖି ଖାଲିଥିବା ସ୍ଲଟ ବିଷୟରେ ସୂଚନା ଦେବ। ଏଥିରେ ଅପକମିଂ ଚାରି ସପ୍ତାହ ବିଷୟରେ ସୂଚନା ମିଳିବ। ଏହି ସୂଚନା ମିଳିବା ପରେ ଆପଣ cowin websiteକୁ ଯାଇ ଖାଲି ସ୍ଲଟ ବୁକ୍ କରିପାରିବେ। କେବଳ ପେଟିଏମ ଖାଲି ସ୍ଲଟ ବିଷୟରେ ସୂଚନା ଦେବ ବାକି ଆପଣଙ୍କୁ ଏହି ସ୍ଲଟ ବୁକ୍ କରିବା ପାଇଁ cowin ଆପକୁ ଯିବାକୁ ପଡିବ।

କେମିତି ଜାଣିବେ ?

ପ୍ରଥମେ ପେଟିଏମ ଆପ୍ ଓପନ କରନ୍ତୁ।

ଏହା ପରେ ସ୍କ୍ରୋଲ କରି ମିନି ଆପ୍ ଷ୍ଟୋରକୁ ଯାଆନ୍ତୁ।

ଏଥିରେ Vaccine Finder ଲେଖାହୋଇଥିବା ନଜର ଆସିବ। ଯଦି ଦେଖାନଯାଉଛି, ତେବେ ଅଲ ଉପରେ କ୍ଲିକ କରନ୍ତୁ ଏବଂ କୋଭିଡ-୧୯ ଆପଏଣ୍ଟମେଣ୍ଟ ଉପରେ କ୍ଲିକ କରନ୍ତୁ।

ଏହା ପରେ ଆପଣଙ୍କ ପିନକୋଡ ଏବଂ ଜିଲ୍ଲା ନାମ ଏଣ୍ଟର କରି ୧୮ରୁ ୪୫ ବର୍ଷ ମଧ୍ୟରେ ସଲ୍ଟ ସିଲେକ୍ଟ କରନ୍ତୁ।

ଏହାପରେ check availability ରେ କ୍ଲିକ କରନ୍ତୁ। ଏହା ପରେ ଉପଲବ୍ଧ ଥିବା ସଲ୍ଟ ବୁକ୍ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.