ହାଟରେ ବାପା ବିକୁଥିଲେ ଧନୁ ତୀର, ଆଜି ଝିଅ ବସିଛି କଲେକ୍ଟର ଗାଦିରେ

କେରଳର ଗୋଟେ ଜିଲ୍ଲା ହେଉଛି ୱାୟାନାଦ । ଏଠାକାର ଅଧିକାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏହି ଜିଲ୍ଲାକୁ ଏକ ଆଦିବାସୀ ଜିଲ୍ଲା ଭାବେ ଜଣାଯାଏ । ଏମାନେ ଛୋଟ ମୋଟ କାମ ତଥା ବ୍ୟବସାୟ କରି ନିଜ ନିଜ ପେଟ ପୋଷି ଆସୁଛନ୍ତି । ଦେଶ ଚିତ୍ରରେ ବି ଏହି ଜିଲ୍ଲାର ସ୍ୱତନ୍ତ୍ରତା ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ନିର୍ବାଚନରେ ଏହି ଜିଲ୍ଲାରୁ ସଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଜିଲ୍ଲାରେ ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ ସଂଖ୍ୟା ବି କିଛି କମ ନାହିଁ । ଆଉ ଏହି ମାଟିର ଝିଅ ଆଜି ନିଜ ବହୁମୁଖୀ ପ୍ରତିଭା, ପାରଦର୍ଶିତା ବଳରେ ନିଜ ପିତାମାତାଙ୍କ ମୁଣ୍ଡକୁ ଆଜି ଗର୍ବରେ ଉଚ୍ଚା କରିଛନ୍ତି ।

sri dhanya
image credit: new india express

ଜଣେ ଦିନ ମଜୁରିଆଙ୍କ ଝିଅ ଶ୍ରୀଧନ୍ୟା ସୁରେଶ କଠିନରୁ କଠିନ ସ୍ଥିତିକୁ ସାମ୍ନା କରି ଆଜି ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ଏମିତି ସେମିତି ନୁହେଁ ଆଜି ସେ ଜଣେ ଆଇଏଏସ ଅଧିକାରୀ । ଦାରିଦ୍ର୍ୟତା, ପେଟର ଭୋକ, ମୁଣ୍ଡ ଉପର ଫଟାଛାତ ତାଙ୍କ ଲକ୍ଷ ପଥରେ ବାଧା ସୃଷ୍ଟି କରିପାରି ନାହିଁ । କୁରୁଚିୟା ସମ୍ପ୍ରଦାୟର ଏହି ମହିଳା ଜଣଙ୍କ କେରଳର ପ୍ରଥମ ଆଦିବାସୀ ମହିଳା ଆଇଏଏସ ହେବାର ଗୌରବ ହାସଲ କରିଛନ୍ତି । ଶ୍ରୀଧନ୍ୟାଙ୍କ ପିତା ପାଖ ବଜାରରେ ଧନୁତୀର ଆଦି ବିକ୍ରି କରନ୍ତି । ଶ୍ରୀ ଙ୍କର ତିନି ଭାଇ ଭଉଣୀ ଥିବା ବେଳେ ମନରେଗା ମାଧ୍ୟମରେ ହିଁ ତାଙ୍କ ଘର ଖର୍ଚ୍ଚ ଚଳି ଆସୁଥିଲା । ପିଲାଟି ଦିନରୁ ହିଁ ପାଠ ପ୍ରତି ତାଙ୍କର ଖୁବ ଦୁର୍ବଳତା ଥିଲା । ଜୁଲଜୀ କିମ୍ବା ଜୀବବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପରେ କଲିକଟ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପାଠ ପଢା ଶେଷ ପରେ କେରଳ ସିଡ୍ୟୁଲ ଟ୍ରାଇବ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଜଣେ କ୍ଲର୍କ ଭାବରେ କାମ କରୁଥିଲେ । ଏହା ପରେ ଏକ ଆଦିବାସୀ ହଷ୍ଟେଲରେ ଜଣେ ୱାରଡ଼େନ ଭାବେ ମଧ୍ୟ କିଛି ଦିନ କାମ କରିଥିଲେ |

ଆଉ ଏହି ସମୟରେ ୱାୟାନାଦର ଜିଲ୍ଲାପାଳ ଶ୍ରୀରାମ ଶାମାସିବା ରାଓଙ୍କ ସହ ତାଙ୍କର ଭେଟ ହୋଇଥିଲା | କଲେକ୍ଟର ହିଁ ଶ୍ରୀ ଧନ୍ୟାଙ୍କୁ ୟୁପିଏସସି ପରୀକ୍ଷାରେ ବସିବା ପାଇଁ ପ୍ରେରଣା ଯୋଗାଇଥିଲେ । ଏହି ଘଟଣା ପରେ ହିଁ ଆରମ୍ଭ ହୋଇଥିଲା ଆଇଏଏସ ପ୍ରସ୍ତୁତି । ତିରୁଭାନ୍ତପୁରମ ଯାଇ କୋଚିଂଗ ନେବା ପରେ ତାଙ୍କ ସ୍ବପ୍ନ ସଫଳ ହୋଇଥିଲା । ଝିଅର ଏପରି କୃତିତ୍ୱ ପରେ ତାଙ୍କ ପିତା ଏକ ସାକ୍ଷାତ୍କାରରେ କହିଛନ୍ତି, ଆମ ଜୀବନରେ ଯେତେ କଠୋର ପରିସ୍ଥିତି ଆସିଥିଲେ ସୁଦ୍ଧା ଆମେ ନିଜ ପିଲାଙ୍କ ପାଠପଢ଼ାରେ କେବେ ଅବହେଳା କରିନାହୁଁ । ଏହାର ଫଳ ଆଜି ଆମକୁ ମିଳିଛି । ଆମ ଝିଅ ଆମକୁ ଏକ ଦାମୀ ଉପହାର ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.