‘ସୋନୁ ସୁଦ୍ କିମ୍ବା ସଲମାନ୍ ଖାନଙ୍କୁ କରି ଦିଆଯାଉ ଦେଶର ପ୍ରଧାନମନ୍ତ୍ରୀ’, ଅପିଲ୍ କଲେ ରାକ୍ଷୀ ସାୱନ୍ତ
ଟିଭି ତଥା ରିଆଲିଟି ଶୋ’ର ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଭାରତରେ କରୋନାର ଦ୍ଵିତୀୟ ଲହର ଯୋଗୁ ସ୍ଥିତି ଖରାପ ଥିବା ବେଳେ ଲୋକଙ୍କୁ ଏକ ଖାସ୍ ଅପିଲ କରିଛନ୍ତି ରାକ୍ଷୀ। ସେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କିଏ ଓ ସରକାର ତୃତୀୟ ଲହର ସହ ଲଢ଼ିବାକୁ କି ପ୍ରସ୍ତୁତି କରିଛନ୍ତି, ସେ ବିଷୟରେ ଆଲୋଚନା କରିଛନ୍ତି।
ଲକଡାଉନ ଭଳି ବିପଦପୂର୍ଣ୍ଣ ସମୟରେ ସୋନୁ ସୁଦ ସାମ୍ନାକୁ ଆସି ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ଏବେ ବି ସେ ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି। ସଲମାନ ଖାନ୍ ବି ଲୋକଙ୍କୁ ଖାଇବା ଯୋଗାଉଛନ୍ତି। ଏଣୁ ରାକ୍ଷୀ ସାୱନ୍ତ କହିଛନ୍ତି, ସୋନୁ ସୁଦ୍ ଓ ସଲମାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଦିଅନ୍ତୁ। ରାକ୍ଷୀ ଏକ ଭିଡିଓ ସେୟାର କରି ଲୋକଙ୍କୁ ଏଭଳି ଅନୁରୋଧ କରିଛନ୍ତି। ସେ ନିଜେ ସୋନୁ ଓ ସଲମାନଙ୍କୁ PM ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି।
View this post on Instagram
ସୂଚନାଯୋଗ୍ୟ ଯେ ଏହି କଠିନ ସମୟରେ ସବୁ ସେଲିବ୍ରିଟି ନିଜ ସକ୍ଷମ ଅନୁସାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସୋନୁ ଲୋକଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଓ ବେଡ୍ ବନ୍ଦୋବସ୍ତ କରୁଥିବା ବେଳେ ସଲମାନ ଇଣ୍ଡଷ୍ଟ୍ରିର ଶ୍ରମିକଙ୍କୁ ଖାଇବା ଦେଉଛନ୍ତି। ସେ ନିଜ ଫ୍ୟାନଙ୍କୁ ବି ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।