Indian Idol 12: କିଶୋର କୁମାରଙ୍କ ପୁଅ ଅମିତ କୁମାରଙ୍କ ମୁହଁରୁ ଖେ।ଲିଲା ଗୁମର

ଇଣ୍ଡିଆନ ଆଇଡଲ ୧୨ରେ ଶେଷ ଏପିସୋଡରେ କିଶୋର କୁମାରଙ୍କ ସୁପରହିଟ ଗୀତକୁ ନେଇ ସୁଟ ହୋଇଥିଲା । ଏହି ଏପିସୋଡରେ ଅତିଥି ରୂପେ କିଶୋର କୁମାରଙ୍କ ପୁଅ ଅମିତ କୁମାର ଯୋଗଦାନ କରିଥିଲେ । ତେବେ ଏହି ଏପିସୋଡରେ ୟୁଜର୍ସଙ୍କ ଟ୍ରୋଲ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ନେହା କକ୍କର ଏବଂ ହିମେଶ ରେସମିୟା ଗୀତ ଗାଇବା ଶୈଳୀକୁ ନେଇ ଟ୍ରୋଲ ହୋଇଥିଲେ ।

ୟୁଜର୍ସଙ୍କ କହିବା ଅନୁଯାୟୀ, ନେହା ଓ ହିମେଶ ଯେଉଁଭଳି ଭାବେ କିଶୋର କୁମାରଙ୍କ ଗୀତକୁ ଗାଇଥିଲେ, ତାହା ସେମାନଙ୍କୁ ପସନ୍ଦ ଆସିନଥିଲା । ତାହା ସଂପୂର୍ଣ୍ଣ ରୂପେ ଅସମ୍ମାନନୀୟ ।

89
pc: bollywood

ତେବେ ଏହି ଏପିସୋଡରେ କିଶୋର କୁମାରଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ଏହି କଥା ଉପରେ ସେ ନିଜର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ତାଙ୍କ ପିତାଙ୍କ ତୁଳନା କାହା ସହ କରିହେବ ନାହିଁ । ତାଙ୍କ ଭଳି ବ୍ୟକ୍ତିତ୍ୱ ଅସାଧାରଣ । ତେଣୁ ତାଙ୍କ ଭଳି କେହି ମଧ୍ୟ ହୋଇପାରିବେ ନାହିଁ । ଆଜିର ଯୁବପିଢ଼ିଙ୍କୁ ଏ ସଂପର୍କରେ କିଛି ଜଣା ନାହିଁ । ସେମାନେ କେବଳ ରୂପ ତେରା ମସ୍ତାନା ଓ ଆରଧାନା ବିଷୟରେ ଜାଣିଛନ୍ତି ।

ତେବେ ନେହା ଓ ହିମେଶ ଯେଉଁଭଳି ଭାବେ କିଶୋର କୁମାରଙ୍କ ଗୀତ ଗାଇଥିଲେ ଶେଷରେ ତାଙ୍କୁ ଟ୍ରୋଲରଙ୍କ ସାମ୍ନା ହେବାକୁ ପଡିଥିଲା । ଅମିତ କୁମାରଙ୍କୁ ମଧ୍ୟ ଏହା ପସନ୍ଦ ଆସିନଥିଲା । ସେ ଏହାକୁ ବନ୍ଦ କରିଦେବାକୁ ଚାହୁଁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.