ହୋମ୍ ଆଇସୋଲେସନରେ ରହି ଭଲ ହେଉଥିବା କରୋନା ରୋଗୀଙ୍କ ଠାରେ ଭାଇରସର ଲଙ୍ଗ୍ ଟର୍ମ ଇଫେକ୍ଟ କମ୍ ରହିଥାଏ
ସାରା ଦେଶରେ କରୋନା ମାମଲାର ନୂଆ ନୂଆ ସଂଖ୍ୟା ସାମନାକୁ ଆସିବାରେ ଲାଗିଛି। ଦେଶର ପ୍ରତି ସ୍ଥାନର ହସ୍ପିଟାଲରେ ରୋଗୀଙ୍କ ଭିଡ଼। କରୋନାର ଦ୍ୱିତୀୟ ଲହରରେ ରୋଗୀଙ୍କ ସୁସ୍ଥ ହେବାରେ ବହୁତ ସମୟ ଲାଗୁଛି। ହେଲେ କରୋନାର ଅନେକ ରୋଗୀ ହୋମ୍ ଆଇସୋଲେସନରେ ରହି ଆରୋଗ୍ୟ ବି ହେଉଛନ୍ତି।
ଏକ ନୂଆ ଅଧ୍ୟୟନରେ ହସ୍ପିଟାଲରେ ଭର୍ତ୍ତି ହେଉନଥିବା ଏହି ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ମେଡିକାଲ ଜର୍ନଲ ଦ ଲାନ୍ସେଟର ଅଧ୍ୟୟନରେ ଦାବି କରାଯାଇଛି କି , କୋଭିଡ୍-୧୯ର ଯେଉଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉ ନାହାନ୍ତି, ସେମାନଙ୍କ ଠାରେ ଏହି ଭାଇରସ୍ର ଲଙ୍ଗ୍ ଟର୍ମ ଗମ୍ଭୀର ଇଫେକ୍ଟ କମ୍ ହୋଇଥାଏ ।
ଅଧ୍ୟୟନରେ କୁହାଯାଇଛି କି ହସ୍ପିଟାଲରେ ଭର୍ତ୍ତି ହେଉ ନଥିବା କରୋନାର ରୋଗୀଙ୍କ ଠାରେ ଗୁରୁତର ଦୀର୍ଘକାଳୀନ ପ୍ରଭାବର ବିପଦ କମ୍ ହୋଇଥାଏ । ହେଲେ ତାଙ୍କୁ ବାରମ୍ୱାର କୌଣସି ନା କୌଣସି ସଂକ୍ରମଣକୁ ନେଇ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ପଡ଼ିଥାଏ।
ଅଧ୍ୟୟନରେ କୁହାଯାଇଛି କି SARS-CoV-2ରେ ସଂକ୍ରମିତ ହେବାପରେ ଯାହାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କମ୍ ଆବଶ୍ୟକ ପଡ଼ିଥାଏ , ସେମାନଙ୍କ ଠାରେ କରୋନାରେ ସୁସ୍ଥ ହେବା ପରେ ହେବାକୁ ଥିବା ଗୁରୁତର ବିପଦର ସମ୍ଭାବନା କମ୍ ହୋଇଥାଏ । ଏହି ଲୋକେ କୋଭିଡ୍-୧୯ ସହ ଜଡ଼ିତ କୌଣସି ନା କୌଣସି ସମସ୍ୟାକୁ ନେଇ ହସ୍ପିଟାଲରେ ଚକ୍କର ଲଗେଇଥାନ୍ତି ।
କରୋନାରୁ ଅନେକ ରୋଗୀ ଭଲ ହେବା ପରେ ୨ ସପ୍ତାହରୁ ଆରମ୍ଭ କରି ୬ ମାସ ପରେ ବ୍ରୋଙ୍କାଡାଏଲେଟର ଥେରାପି ଠାରୁ ଆରମ୍ଭ କରି ଡିସପେନିଆ ପର୍ଯ୍ଯନ୍ତ କୌଣସି ସମସ୍ଯାକୁ ନେଇ ହସପିଟାଲ ଆସିଥାନ୍ତି। କରୋନା ରୋଗୀଙ୍କ ଉପରେ ଏହି ରୋଗ ଅଧିକ ଦିନ ପର୍ଯ୍ଯନ୍ତ ରହିଥାଏ। ରୋଗୀ ମାନସିକ ରୋଗ, ହୃଦରୋଗ ଏବଂ ଡାଇବେଟିଜ ରୋଗର ଅଭିଯୋଗ ଏବଂ ଦୁର୍ବଳ ଭଳି ଲକ୍ଷଣ ଦେଖାଯାଏ।