Below header

ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ କୋଭିଡ୍‌ ପରିଚାଳନାକୁ ସୁଦୃଢ଼ କରିବାକୁ WODC ଖର୍ଚ୍ଚ କରିବ ୨୫ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ଓ ଆଠମଲ୍ଲିକ ସବ୍‌ଡିଭିଜନରେ କୋଭିଡ୍‌ ପରିଚାଳନାକୁ ସୁଦୃଢ଼ କରିବାକୁ ୨୫ କୋଟି ଟଙ୍କା ଖର୍ଚ୍ଚ କରିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ। ବିଶେଷ କରି ଆଇସିୟୁ, ଏଚ୍‌ଡିୟୁ ବେଡ୍‌ ନିର୍ମାଣ ଏବଂ ଅନ୍ୟ ଡାଇଗ୍ନୋଷ୍ଟିକ୍‌ ସାମଗ୍ରୀ କିଣିବାକୁ ଏହା ଖର୍ଚ୍ଚ କରାଯିବ।

ବଡ଼ ଜିଲ୍ଲାକୁ ୩ କୋଟି ଓ ଛୋଟ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆଜି ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୋଭିଡ୍‌ ମୁକାବିଲା ନେଇ ଆଲୋଚନା କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.