କୋଭିଡ୍‌ କଟକଣା ଉଲଂଘନ, ବନ୍ଦ ହେଲା ସାଲେପୁର କିଶନଗର ସାପ୍ତାହିକ ହାଟ

ସାଲେପୁର: କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ସାପ୍ତାହିକ ହାଟ ବନ୍ଦ। ସାଲେପୁର କିଶନଗର ସାପ୍ତାହିକ ହାଟରେ ପରିବା କିଣିିବା ପାଇଁ ଏକାଠି ହୋଇଥିଲେ ୫୦୦ରୁ ଅଧିକ ଲୋକ। କାହାରି ମଧ୍ୟରେ ସାମାଜିକ ଦୂରତା ରହିନଥିଲା।

ପୋଲିସ ପ୍ରଶାସନ ପହଞ୍ଚି ହାଟକୁ ସିଲ୍‌ କରିଦେଇଥିଲେ। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ କୌଣସି ହାଟ ବସିପାରିବ ନାହିଁ ବୋଲି ସୂଚନା ଦିଆଯାଇଛି। ସେପଟେ ଏହାକୁ ନେଇ ଚାଷୀ ଓ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.