କପିଲ ଶର୍ମା ଶୋ’ରେ କେବଳ ବଡ଼ ପାଟିରେ ହସିବା ପାଇଁ ଅର୍ଚ୍ଚନା ପୁରଣ ସିଂଙ୍କୁ ମିଳିଥାଏ ମୋଟା ରକମ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କପିଲ ଶର୍ମା ଶୋ’ରେ ନଜର ଆସୁଥିବା ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂ ଏହି ଶୋ’ରେ ନିଜ ହସ ପାଇଁ ବେଶ ଲୋକପ୍ରିୟ। ଅର୍ଚ୍ଚନାଙ୍କୁ ନେଇ ଏହି ଶୋ’ରେ ଅନେକ ଜୋକ୍ସ କୁହାଯାଇଥାଏ, ଯାହା ଉପରେ ସେ ଖୁବ ଜୋର ଜୋରରେ ହସିଥାନ୍ତି ଏବଂ ମସ୍ତି କରିଥାନ୍ତି। ଶୋ’ରେ ଜଜ ଚେୟାରରେ ପ୍ରଥମେ ନବଜୋତ ସିଂ ସିଦ୍ଧୁ ବସୁଥିଲେ, କିନ୍ତୁ ଏବେ ତାଙ୍କ ଜାଗା ଫିଲ୍ମ ଏବଂ ଟିଭି ଜଗତର ଏହି ଜଣାଶୁଣା ଅଭିନେତ୍ରୀ ନେଇଛନ୍ତି।

କ’ଣ ଆପଣ ଜାଣିଛନ୍ତି କି, ଜଜ ଚେୟାର ଉପରେ ବସି ବଡ଼ ଜୋରରେ ହସୁଥିବା ଅର୍ଚ୍ଚନା ପୁରଣ ସିଂ କେତେ ଚାର୍ଜ କରିଥାନ୍ତି? ଯଦି ଆପଣ ଏ ବିଷୟରେ ଜାଣିବେ, ତ ଆଶ୍ଚର୍ଯ୍ୟ ହୋଇଯିବେ। ମିଡ଼ିଆ ରିପୋର୍ଟ ମୁତାବକ, ଗୋଟିଏ ଏପିସୋଇଡରେ ହସିବା ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥାଏ। ଅର୍ଚ୍ଚନା ଏତେ ମୋଟା ରକମ ଚାର୍ଜ କରିଥାନ୍ତି।

ଏତିକି ନୁହେଁ, ଶୋ’ରେ କାମ କରୁଥିବା ସମସ୍ତ ଅଭିନେତା, ଅଭିନେତ୍ରୀଙ୍କୁ ଭଲ ପଇସା ମିଳିଥାଏ। କହି ରଖୁଛୁ, ରିପୋର୍ଟ ମୁତାବକ, ଅର୍ଚ୍ଚନା ପୁରଣ ସିଂଙ୍କର ବର୍ଷ ୨୦୨୧ରେ ନେଟ ୱର୍ଥ ୨୨୦ କୋଟି ଟଙ୍କା। ଏଥି ସହିତ ତାଙ୍କର ମୁମ୍ବାଇର ମଡ ଆଇଲାଣ୍ଡରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.