କରୋନାରୁ ସୁସ୍ଥ ହେବା ପରେ ଅତ୍ୟଧିକ ଭୋକ ଲାଗୁଛିକି, ତେବେ ଟିକେ ଏ ଦିଗରେ ଧ୍ୟାନ ଦିଅନ୍ତୁ

କରୋନା ଭାଇରସ ଭାଇରସର ଦ୍ଵିତୀୟ ଲହରକୁ ନେଇ ଏବେ ପ୍ରାୟ ସମସ୍ତେ ବ୍ୟସ୍ତ ଅଛନ୍ତି । ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହର ସଂକ୍ରମିତ ସଂଖ୍ୟା ଭାରତରେ ଖୁବ ବଢିଚାଲିଛି । ସଂକ୍ରମିତ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି । ଏହା ସହ ଅନେକ ଲୋକ ସଂକ୍ରମିତ ହେବା ପରେ ସୁସ୍ଥ ମଧ୍ୟ ହେଉଛନ୍ତି । କିନ୍ତୁ ଏଠି ବି ମନରେ ପ୍ରଶ୍ନ ଆସେ ଏମାନେ କଣ ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି । କାରଣ ସୁସ୍ଥ ହେଉଥିବା କିଛି ଜଣଙ୍କ ଠାରେ ଏମିତି କିଛି ଲକ୍ଷଣ ଦେଖାଦେଉଛି ଯାହା ଏହି ଚିନ୍ତାକୁ ବଢ଼ାଇ ଦେଇଛି । କେତେକଙ୍କର ତ ପୂର୍ବାପେକ୍ଷା ଭୋକର ମାତ୍ରା ଅନେକ ଗୁଣା ବଢିଯାଇଛି ।

– କରୋନା ସଂକ୍ରମିତ ଥିବା ସମୟରେ ବ୍ୟକ୍ତି ସ୍ୱାଦ ବାରି ପାରନ୍ତି ନାହିଁକି ଗନ୍ଧ ମଧ୍ୟ ଜାଣି ପାରନ୍ତି ନାହିଁ । ତେଣୁ ଏହି ସମୟରେ ସେମାନଙ୍କ ଖାଦ୍ୟର ପରିମାଣ ଅନେକ ଗୁଣା କମିଯାଏ । କିନ୍ତୁ ପରେ ସୁସ୍ଥ ହେବା ପରେ ସେମାନଙ୍କ ଭୋକର ମାତ୍ରା ବଢିଯାଏ । ଆଉ ସେମାନେ ପୂର୍ବାପେକ୍ଷା ଅଧିକ ଖାଇବାକୁ ଲାଗନ୍ତି ।

– ଡାକ୍ତରଙ୍କ ଅନୁଯାୟୀ କମ ଲକ୍ଷଣ ଥିବା କିମ୍ବା ଏସିଂପଟୋମେଟିକ ରୋଗୀଙ୍କ ଠାରେ ଭୋକର ମାତ୍ରା ଅଧିକ ଦେଖାଦିଏ । ସଂକ୍ରମିତ ଥିବା ସମୟରେ ଭାଇରସ ସହ ମୁକାବିଲା କରି ଶରୀର ଆଗ ଅପେକ୍ଷା ଦୁର୍ବଳ ହୋଇପଡେ ।

diet plan– ଅନେକ ଲୋକଙ୍କର ଅଭ୍ୟାସ ଅଛିଯେ ଭୋକ ଲାଗିଲା ମାତ୍ରେ କିଛି ବି ଖାଇ ଦିଅନ୍ତି । ତେଣୁ ମେଦ ବହୁଳତା ବି ବଢିଯାଏ । ତେଣୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କୁ ନିଜ ଡ଼ାଏଟ ପ୍ରତି ବିଶେଷ ସଚେତନ ହେବା ଆବଶ୍ୟକ ।

କଣ କଣ ଖାଇବେ ଜାଣନ୍ତୁ:

୧. ହାଇ ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ

୨. ଡ଼ାଲି ଓ ସପ୍ରାଉଟ୍ସ

୩. ରୁଟି- ତରକାରୀ, ଭାତ

୪ . ଫଳ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.