ପ୍ରାଇଭେସି ପଲିସିକୁ ନେଇ ଗତ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛି ମେସେଜିଂ ଆପ୍ ହ୍ୱାଟ୍ସଆପ୍। ପ୍ରଥମେ ପ୍ରାଇଭେଟ୍ ପଲିସିକୁ ଗ୍ରହଣ ନକଲେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ ବୋଲି କମ୍ପାନୀ କହିଥିଲା। ପଲିସି ଗ୍ରହଣ କରିବାର ଶେଷ ତାରିଖ ୧୫ ପର୍ଯ୍ୟନ୍ତ ରଖାଯାଇଥିଲା। ତା’ପରେ ପୁଣି ମତ ବଦଳାଇଥିଲା ହ୍ୱାଟ୍ସଆପ୍। କମ୍ପାନୀ ଭରତୀୟ ଅଧିକାରୀ କହିଥିଲେ ପଲିସି ଗ୍ରହଣ ନକଲେ ବି ହ୍ୱାଟ୍ସଆପ୍ ଚାଲିବ। ହେଲେ ବାରମ୍ବାର ପଲିସି ଗ୍ରହଣ କରିବାକୁ ମେସେଜ୍ ପଠାଯିବ। ଆଉ ଆଜି ଡେଡ୍ ଲାଇନ୍ ସରୁଥିବାରୁ ପୁଣି କଥା ବଦଳାଇଛି ହ୍ୱାଟ୍ସଆପ୍।
ଯଦି ଗ୍ରାହକ ନୂଆ ପ୍ରାଇଭେସି ପଲିସିକୁ ଗ୍ରହଣ ନକରନ୍ତି ତେବେ ସେମାନଙ୍କ ହ୍ୱାଟ୍ସଆପ୍ ଆଉ ପୂର୍ବଭଳି କାର୍ଯ୍ୟକ୍ଷମ ହେବନି। କେତେ ସାଧାରଣ ସୁବିଧା ଛଡ଼ା ଅନେକ ସୁବିଧା କାଢ଼ିନିଆଯିବ। ପିଲିସି ଗ୍ରହଣ କରିନଥିବା ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍ ଏକ ଡମି ଆପ୍ ହୋଇଯିବ ବୋଲି କମ୍ପାନୀ କହିଛି।
*checks calendar. pours coffee*. OK. Let’s do this. No, we can’t see your personal messages. No, we won’t delete your account. Yes, you can accept at any time.
— WhatsApp (@WhatsApp) May 14, 2021
କମ୍ପାନୀ କହିଛି, ପଲିସି ଗ୍ରହଣ କରି ନଥିବା ଗ୍ରାହକ ପ୍ରଥମେ ପ୍ରଥମେ ଭଏସ୍ କଲ୍ ଓ ଭିଡିଓ କଲ୍ ପାଇଁ ଅନୁମତି ମିଳିବ । କିନ୍ତୁ ଚାଟ୍ ପାଇଁ ଅନୁମତି ମିଳିବନି। ଏହାପରେ ଧୀର ଧୀରେ ଏହି ସୁବିଧା ବି ମଧ୍ୟ ରହିବ ନାହିଁ ବୋଲି କମ୍ପାନୀ କହିଛି।