ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷିତ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ତାଲିକା ଘୋଷଣା କରିଛି। କିଛି ବରିଷ୍ଠ ଖେଳାଳି, ଚୟନକର୍ତା ଏବଂ ପୂର୍ବତନ ପ୍ରଶିକ୍ଷକଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ରହିଥିଲା ବେଳେ ବହୁ ଆଲୋଚନା ପରେ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷିତ ହୋଇଛି।
ଏହି ଗସ୍ତରେ ଭାରତ ଗୋଟିଏ ଟେଷ୍ଟ୍ ଏବଂ ତିନି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ। ବିଶେଷକରି ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ଶେଫାଳି ବର୍ମା, ଶିଖା ପାଣ୍ଡେ ଓ ତାନିଆ ଭାଟିଆଙ୍କୁ ନେଇ ଚୟନ ସମିତିରେ ଝଡ଼ ସୃଷ୍ଟି ହୋଇଥିଲା।ଶେଷରେ ଏହି ତିନି ଜଣ ଟେଷ୍ଟ୍ ଓ ଦିନିକିଆ ଦଳରେ ସାମିଲ ହୋଇଛନ୍ତି।
ଶେଫାଳିଙ୍କୁ ପ୍ରଥମ ଥର ଲାଗି ଦିନିକିଆ ଦଳରେ ସୁଯୋଗ ମିଳିଥିଲା ବେଳେ ଉଭୟ ଶିଖା ଓ ତାନିଆଙ୍କ ପ୍ରତ୍ୟାବର୍ତନ ଘଟିଛି। ୧୮ ଜଣିଆ ଟେଷ୍ଟ୍ ଓ ଦିନିକିଆ ଦଳର ନେତୃତ୍ବ ମିତାଲି ରାଜଙ୍କୁ ମିଳିଥିଲା ବେଳେ ହର୍ମନପ୍ରୀତ୍ କୌରଙ୍କୁ ୧୭ ଜଣିଆ ଟି-୨୦ର ନେତୃତ୍ବ ମିଳିଛି।