କରୋନାରେ ୭ ମିନିଟ ପାଇଁ ହୋଇଯାଇଥିଲା ବ୍ୟକ୍ତିଙ୍କ ମୃତ୍ୟୁ, ନିଃଶ୍ବାସ ଫେରି ପାଇବା ପରେ କହିଲେ, କେମିତି ଦେଖାଯାଉଥିଲେ ‘ଯମରାଜ’
ଦୁନିଆର ଅନେକ ଲୋକ ଏହା ଜାଣିବାକୁ ଚାହାଁନ୍ତି କି, ମୃତ୍ୟୁ ପରେ କ’ଣ ହୋଇଥାଏ? ଯେଉଁ ମଣିଷ ଏବେ ବଞ୍ଚିଛି, ସେହି ମଣିଷ ନିଃଶ୍ବାସ ବନ୍ଦ ହେବା ପରେ କେଉଁଠିକୁ ଚାଲିଯାଏ? ଏହି ବିଷୟ ଉପରେ ଅନେକ ପୁସ୍ତକ ଲେଖା ଯାଇଛି। ଅନେକ ଲୋକ ଏହା ଉପରେ ଅନେକ କଥା କହିଛନ୍ତି। କିନ୍ତୁ ବାସ୍ତବତା କେହି ବି ଜାଣନ୍ତି ନାହିଁ। ଏବେ ସୋସିଆଲ ମିଡିଆରେ ଆର୍ଜେଣ୍ଟିନାର ୬୪ ବର୍ଷୀୟ ଜଣେ କାର ମେକାନିକ ନୋରବରତୋ ଲୋକଙ୍କୁ କହିଛନ୍ତି କି, ମୃତ୍ୟୁ ପରେ କ’ଣ ହୋଇଥାଏ।
ଗତବର୍ଷ କରୋନାରେ ସଂକ୍ରମିତ ହୋଇ ନୋରବରତୋଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା। ଏହାପରେ ହସ୍ପିଟାଲରେ ଚିକିତ୍ସା ସମୟରେ କିଛି ମିନିଟ ପାଇଁ ନୋରବରତୋ କ୍ଲିନିକାଲି ଡେଡ ହୋଇଯାଇଥିଲେ। ଯଦିଓ କିଛି ସମୟ ପରେ ତାଙ୍କ ନିଃଶ୍ବାସ ଫେରି ଆସିଥିଲା। ଏବେ ନୋରବରତୋ ନିଜ ଦ୍ୱିତୀୟ ଜୀବନ ଷ୍ଟୋରୀ ଲୋକଙ୍କ ସହିତ ସେୟାର କରିଛନ୍ତି।
ନୋରବରତୋ କହିଛନ୍ତି, ମାର୍ଚ୍ଚ ୨୦୨୦ ପରଠୁ ହିଁ ସେ ଘରେ ଥିଲେ। ନିଜ ଘରେ ହିଁ ଗାଡ଼ି ତିଆରି କରୁଥିଲେ। ସେ ସବୁ ନିୟମ ଫଲୋ କରୁଥିଲେ। ଏହାସତ୍ତ୍ୱେ କରୋନା କବଳରେ ଫସି ଯାଇଥିଲେ। ସେ ଦୁଇ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
୨୦୨୦ ଅକ୍ଟୋବରରେ ଚିକିତ୍ସା ସମୟରେ ତାଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଥିଲା। ଏହାପରେ ନୋରବରତୋଙ୍କୁ ୱାର୍ଡକୁ ଅନ୍ୟ ଦୁଇ ରୋଗୀଙ୍କ ସହିତ ଶିଫ୍ଟ କରି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯିବା ପରେ ସେ ହତାଶ ହୋଇପଡିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ଏହାପରେ ହଠାତ ତାଙ୍କର ହୃଦ ସ୍ପନ୍ଦନ କମ ହେଉ ହେଉ ବନ୍ଦ ହୋଇଗଲା। କିଛି ମିନିଟର ଚେଷ୍ଟା ପରେ ଡାକ୍ତରମାନେ ତାଙ୍କର ନିଃଶ୍ୱାସ ଫେରାଇ ଆଣିଥିଲେ।
ନୋରବରତୋ ଏହି କିଛି ମିନିଟର ଅନୁଭବ ସେୟାର କରିଛନ୍ତି। ସେ କହିଛନ୍ତି କି, ଏହି ସମୟରେ ସେ ଏକ ସୁଡଙ୍ଗରେ ଥିଲେ। ଏହି ସୁଡଙ୍ଗ ଶେଷରୁ ଉଜ୍ଜ୍ୱଳ ଆଲୋକ ଆସୁଥିଲା, ଯେମିତି ସେ ଅନେକ ଫିଲ୍ମରେ ଦେଖିଥିଲେ। ବାସ୍ତବରେ ତାଙ୍କୁ ମଧ୍ୟ ମୃତ୍ୟୁର କିଛି ମିନିଟରେ ଏମିତି ହିଁ ଦେଖିବାକୁ ମିଳିଥିଲା।