ବୃଦ୍ଧ ମିରର ସାମ୍ନାରେ ଏମିତି କଲେ ଡ୍ୟାନ୍ସ, ସୃଷ୍ଟି କଲେ ନିଜକୁ ଭଲ ପାଇବାର ନିଆରା ଉଦାହରଣ, ଥରେ ଦେଖନ୍ତୁ ଭିଡିଓ

କରୋନା କାଳରେ ପ୍ରତ୍ୟେକ ମଣିଷ ଡର ଏବଂ ନେଗେଟିଭିଟି ଭିତରେ ବଞ୍ଚୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଯଦି କେତେବେଳେ ମଜାଳିଆ ଭିଡ଼ିଓ ଚାଲି ଆସିଥାଏ, ତ ମନ ଖୁସି ହୋଇଯାଏ। ଟ୍ୱିଟରରେ ଏବେ ଏମିତି ଜଣେ ବୃଦ୍ଧଙ୍କ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ ବିନ୍ଦାସରେ ଡ୍ୟାନ୍ସ କରୁଥିବା ଦେଖାଯାଉଛି।

ଆଇପିଏସ ଅଫିସର ଦୀପାଂଶୁ କାବରା ଏହି ଭିଡ଼ିଓକୁ ସେୟାର କରିଛନ୍ତି। ଭିଡ଼ିଓରେ ବୃଦ୍ଧ ଜଣକ ଏକ ମିରର ସାମ୍ନାରେ ଛିଡ଼ା ହୋଇ ମସ୍ତ ମୁଡରେ ଡ୍ୟାନ୍ସ କରୁଛନ୍ତି। ସେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଭିଡ଼ିଓ କରୋନା କାଳରେ ଡିପ୍ରେସନକୁ ଦୂର କରିବାରେ ସାହାଯ୍ୟ କରିବ।

ନିଜକୁ ଦେଖି ନିଜେ ଏନଞ୍ଜୟ କରୁଥିବା ଏହି ବୃଦ୍ଧଙ୍କ ଡ୍ୟାନ୍ସ ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୬ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। କେହି କେହି ତାଙ୍କ ଏନର୍ଜିଙ୍କୁ ପ୍ରଶଂସା କରୁଛନ୍ତି ତ ଆଉ କେହି ବୃଦ୍ଧଙ୍କୁ ନିଜ ପ୍ରେରଣା ବୋଲି ମାନୁଛନ୍ତି। ଆଣ୍ଠୁ ପର୍ଯ୍ୟନ୍ତ ଲୁଙ୍ଗି ପିନ୍ଧି ଡ୍ୟାନ୍ସ କରୁଥିବା ବୃଦ୍ଧଙ୍କ ଷ୍ଟାଇଲକୁ ବହୁତ ଲୋକ ପସନ୍ଦ କରିଛନ୍ତି।

Leave A Reply

Your email address will not be published.