ସଂସାରରେ ଏହି ବଦ ଅଭ୍ୟାସରୁ ମଣିଷ ନିଜକୁ ବିରତ ରଖିଲେ ହୋଇପାରିବ ସୁଖି

ବିଦୂର ନୀତି, ଚାଣକ୍ୟ ନୀତି ଭଳି ଶୁକ୍ର ନୀତି ମଧ୍ୟ ପ୍ରସିଦ୍ଧ ନୀତିଗ୍ରନ୍ଥ ମଧ୍ୟରୁ ଅନ୍ୟତମ । ଯାହା ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ରଚନା କରାଯାଇଥିଲା । ଦୈତ୍ୟଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ସେହି ସମୟର ଜଣେ ପ୍ରଚଣ୍ଡ ବିଦ୍ୱାନ ଥିଲେ । ତାଙ୍କ ଦ୍ୱାରା କୁହାଯାଉଥିବା ନୀତି ଶୁକ୍ର ନୀତିରେ ରଚିତ ଅଛି । ତେବେ ଆଜି ଚାଲନ୍ତୁ ଜାଣିବା ଶୁକ୍ର ନୀତି ସଂପର୍କରେ । ଶୁକ୍ର ନୀତି ଅନୁଯାୟୀ ନିମ୍ନ ଲିଖିତ ବଦ ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ ।

– ଯୁବା ବା କିିଶୋର ଅବସ୍ଥାରେ ସମସ୍ତେ ସୁନ୍ଦର ଦେଖାଯାଆନ୍ତି । କିନ୍ତୁ ଏହି ଅବସ୍ଥା ଚିରସ୍ଥାୟୀ ନୁହେଁ ।ଯେମିତି ମୃତ୍ୟୁ ନିରାଟ ସତ୍ୟ ଅଟେ ସେହିପରି ମନୁଷ୍ୟ ବୟସର ସମସ୍ତ ଅବସ୍ଥା ମଧ୍ୟ ଚିରସ୍ଥାୟୀ ନୁହେଁ । କେବଳ ବୟସ ନୁହେଁ ବରଂ ସଂସାରରେ କିଛି ବି ଚିରସ୍ଥାୟୀ ନୁହେଁ । ତେଣୁ ଏହି ମୋହରୁ ନିଜକୁ ଦୂରେଇ ରଖିବା ଉଚିତ ।

– ଶୁକ୍ରଙ୍କ ନୀତି ଅନୁଯାୟୀ ଧନକୁ ଚଞ୍ଚଳ ମନାଯାଏ । କାରଣ ଏଥିରେ ଲକ୍ଷ୍ମୀମାତା ବାସ କରନ୍ତି । ମାତା ଚଞ୍ଚଳା ହୋଇଥିବାରୁ ଧନ ମଧ୍ୟ ଏହି ସ୍ୱଭାବର ହୋଇଥାଏ । ତେଣୁ ଏହାକୁ ନେଇ ମୋହ କରିବା ଉଚିତ ନୁହେଁ । କାମ ବେଳେ ସେହି ଅର୍ଥ ବ୍ୟବହାର ହେଲେ ତାଠୁ ଭଲ ସଫଳତା କିଛି ନାହିଁ । ତେଣୁ ନିଜ ଅର୍ଥକୁ ଜାବୁଡି ଧରିବା ଅନୁଚିତ । ଏହାକୁ ସଠିକ ଉପାୟରେ ସଠିକ ସ୍ଥାନରେ ବ୍ୟବହାର କରନ୍ତୁ ।

– କୁହାଯାଏ ମଣିଷର ଛାଇ ତା ସହ ସବୁବେଳେ ରହିଥାଏ । କିନ୍ତୁ ଏହି ଛାଇ ମଣିଷର ସାଥ୍ ସେତେ ପର୍ଯ୍ୟନ୍ତ ଦିଏ ଯେ ପର୍ଯ୍ୟନ୍ତ ମଣିଷ ଆଲୋକ ବା ସୂର୍ଯ୍ୟଙ୍କ ଆଲୋକରେ ରହିଥାଏ । କାରଣ ଅନ୍ଧାର ହେବାପରେ ଛାଇ ମଧ୍ୟ ମଣିଷର ହାତ ଛାଡିଦିଏ । ତେଣୁ ଏହି ସବୁ ମୋହକୁ ଜୀବନରେ ତ୍ୟାଗ କରିବା ଉଚିତ । ଯାହାଦ୍ୱାରା ଆପଣ ଖୁସିରେ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.