ଦେଶରେ ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ୪ ହଜାର ଉପରେ ରହୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଦିନକରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୬୨,୮୯,୨୯୦କୁ ବୃଦ୍ଧି ହୋଇଛି।

କରୋନାରୁ ସୁସ୍ଥ ହେଲେଣି ୨,୩୦,୭୦,୩୬୫। ଆକ୍ଟିଭ୍‌ କେସ୍‌ ରହିଛି ୨୯ ଲକ୍ଷ ୨୩ ହଜାର ୪୦୦ ରହିଛି । ତାମିଲନାଡୁରେ ୩୬ ହଜାର ୧୮୪ ନୂଆ କେସ୍‌ ଥିବା ବେଳେ କର୍ଣ୍ଣାଟକରେ ୩୨ ହଜାର ୨୧୮ ରହିଛି । କେରଳରେ ପଜିଟିଭ ସଂଖ୍ୟା୨୯ ହଜାର ୬୭୩ ରହିଛି । ମହାରାଷ୍ଟ୍ରରେ ୨୯ ହଜାର ୬୪୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରେ ୨୦ ହଜାର ୯୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.