ସାଉଥ୍ ଆକ୍ଟ୍ରେସ୍ ସାମନ୍ଥା ଅକ୍କିନେନୀ ଏବେ ମନୋଜ ବାଜପେୟୀ ଅଭିନୀତ ୱେବ ଶୋ ‘ଦ ଫ୍ୟାମିଲୀ ମ୍ୟାନ୍ ୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ ସିରିଜ୍ ୪ ଜୁନରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ ହେବ। ଏହାକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ଅଛନ୍ତି। କାହିଁକିନା ସାମନ୍ଥା ପ୍ରଥମ ଥର ପାଇଁ ହିନ୍ଦୀ ସିରିଜରେ ନଜର ଆସିବାକୁ ଯାଉଛନ୍ତି। ‘ଦ ଫ୍ୟାମିଲୀ ମ୍ୟାନ୍ ୨’ରେ ସାମନ୍ଥା ଜଣେ ଆତଙ୍କବାଦୀ ଭୂମିକାରେ ନଜର ଆସିବେ।
ନିକଟରେ ସାମନ୍ଥା ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ ସେ ବଲିଉଡର ଫିଲ୍ମରେ ଅନେକ ଅଫର ମିଳିଛି କିନ୍ତୁ ଭାଷା ସମ୍ବନ୍ଧୀୟ ସମସ୍ୟା ପାଇଁ ଫିଲ୍ମକୁ କରିପାରିନାହାଁନ୍ତି। ସୂଚନା ମୁତାବକ ଏକ ସାକ୍ଷାତକାରରେ ସାମନ୍ଥାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ତାଙ୍କୁ କୌଣସି ବଲିଉଡ୍ ଫିଲ୍ମ ମିଳିଲା ତାହେଲେ ସେ ସ୍କ୍ରୀନରେ କାହା ସହିତ ରୋମାନ୍ସସ କରିବାକୁ ପସନ୍ଦ କରିବେ। ତେବେ ଉତ୍ତରରେ ସାମନ୍ଥା ରଣବୀର କପୁରଙ୍କ ନାମ ନେଲେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାମନ୍ଥା ଅକ୍କିନେନୀ ସାଉଥ୍ ସୁପର ଷ୍ଟାର ନାଗାର୍ଜୁନଙ୍କ ବୋହୂ। ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ସେ ବିବାହ କରିଛନ୍ତି। ତେବେ ଏବେ କେବଳଳ ଦେଖିବାକୁ ଅପେକ୍ଷା ପ୍ରଥମ ହିନ୍ଦୀ ସିରିଜରେ ସାମନ୍ଥାଙ୍କ ଅଭିନୟ କେତେ ଦମଦାର ହେଉଛି।