କରୋନା ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ଶରୀରରେ ରହିଥାଏ ଆଣ୍ଟିବଡି?
ପୂରା ବିଶ୍ୱ ଗତ ବର୍ଷେ ହେଲା କରୋନା ଭାଇରସ ସହ ଲଢ଼େଇ କରୁଛି। ଇତିମଧ୍ୟରେ କରୋନା ଟିକା ବି ବାହାରି ସାରିଲାଣି। କିନ୍ତୁ ଯେଉଁମାନେ ସଂକ୍ରମିତ ହୋଇସାରିଛନ୍ତି, ତାଙ୍କ ଶରୀରରେ ଦୀର୍ଘଦିନ ଯାଏଁ ଆଣ୍ଟିବଡି ରହିଥାଏ। ମାତ୍ର ଏନେଇ ଭିନ୍ନ ଭିନ୍ନ ରିସର୍ଚ୍ଚରେ ଅଲଗା ଅଲଗା କଥା ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଯେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ କେତେ ଦିନ ଯାଏଁ ଆଣ୍ଟିବଡି ରହୁଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ପୂର୍ବରୁ କରୋନା ସଂକ୍ରମଣ ହେବାର ୩ ମାସ ଯାଏଁ ଆଣ୍ଟିବଡ଼ି ରହୁଥିବା କୁହାଯାଉଥିବା ବେଳେ ଏବେ କରୋନା ରୋଗୀଙ୍କୁ ମାସେ ପରେ ଟିକା ନେବାକୁ ପରାମର୍ଶ ଦିଆଯାଉଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ କରୋନା ସଂକ୍ରମିତଙ୍କ ଶରୀରରେ ବର୍ଷେ ଯାଏଁ ଆଣ୍ଟିବଡି ରହିଥାଏ। ଏହା ଅନ୍ୟ ରୋଗ ସହ ଲଢ଼ିବାକୁ ଶରୀରକୁ ଶକ୍ତି ଯୋଗାଏ।
ସେହିପରି ଆଉ କିଛି ବୈଜ୍ଞାନିକ କହିଛନ୍ତି ଯେ ଆଣ୍ଟିବଡି ସୃଷ୍ଟି କରୁଥିବା ଇମ୍ୟୁନ ସେଲ୍ ସାରା ଜୀବନ ଶରୀରରେ ରହି ସୁରକ୍ଷା ଯୋଗାଇଥାନ୍ତି। ଏହାକୁ long lived plasma cells migrate କୁହାଯାଏ। ଏହି ସେଲ ଆମ ବୋନ୍ ମ୍ୟାରୋରେ ରହିଥାନ୍ତି ଓ ସବୁ ସଂକ୍ରମଣରୁ ବଞ୍ଚାଇଥାନ୍ତି।