ସାଂସଦ ହୋଇନଥିଲେ ବି ଆମେଥି ପାଇଁ ୧୦,୦୦୦ ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଏବେ ଆମେଥିର ସାଂସଦ ନ ଥିଲେ ମଧ୍ୟ କରୋନା କାଳରେ ସେ ଲୋକଙ୍କ ସେବା କରିବା ଜାରି ରଖିଛନ୍ତି। ଆମେଥି ଲୋକଙ୍କ ପାଇଁ ୧୦ ହଜାର ମେଡିକାଲ କିଟ୍ ପଠାଇଛନ୍ତି ରାହୁଲ। ଏହି କିଟ୍ ହୋମ ଆଇସୋଲେସନରେ ରହୁଥିବା କରୋନା ରୋଗୀଙ୍କ କାମରେ ଆସିବ।

କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ ସିଂଘଲ କହିଛନ୍ତି, କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ସେବା ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାହୁଲ ଗାନ୍ଧୀ ଆମେଥିର ଲୋକଙ୍କ ପାଇଁ ୧୦ ହଜାର କିଟ୍ ପଠାଇଛନ୍ତି। ଏହି କିଟ୍ ଅସହାୟ ଲୋକଙ୍କୁ ବଣ୍ଟା ଯିବ।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଆମେଥି ଲୋକଙ୍କୁ ସାହାଯ୍ୟ କରିଛନ୍ତି। ପୂର୍ବରୁ ସେ ୨୦ ଅକ୍ସିଜେନ କନ୍ସଟ୍ରେଟର୍ସ ଓ ୨୦ ଅକ୍ସିଜେନ ସିଲିଣ୍ଡର ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.