ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍। ଜୁନ ୧୭ ତାରିଖ ସକାଳ ୫ଟା ଯାଏ ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍।
ରାଜ୍ୟରେ ସଂକ୍ରମଣ କମୁଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳିନଥିବାରୁ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ କରିଛନ୍ତି। ପୂର୍ବରୁ ଥିବା ଲକଡାଉନ୍ କଟକଣା ଏଥର ମଧ୍ୟ ବଳବତ୍ତର ରହିବ। ଆହୁରି କଡାକଡି ହୋଇଛି କଟକଣା।
କେବଳ ତିନିଟି ଜିଲ୍ଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ରେ ଲକଡାଉନ୍ କଟକଣାରେ କୋହଳ କରିଛନ୍ତି ସରକାର । ଏହି ତିନି ଜିଲ୍ଲାରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହ ଅନ୍ୟାନ୍ୟ ଦୋକାନ ଖୋଲିବ । କିନ୍ତୁ ମଲ, ପାର୍ଲର ଓ ସାଲୁନ୍ ଖୋଲିବ ନାହିଁ।