ବିଷଧର ସାପ ସହ ୧ ଘଣ୍ଟା, ଶେଷରେ ୮ ଫୁଟ ଲମ୍ବର ବିରାଟକାୟ ବିଷଧର ଅହିରାଜକୁ ଧରିଲେ ଜଣେ ମହିଳା

ମୟୂରଭଂଜ(କେ ନ୍ୟୁଜ):  ମୟୂରଭଂଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଲୁଲୁଙ୍ଗ ଗେଟ୍ ନିକଟରେ ଥିବା ପାନ୍ଥନିବାସରୁ ଏକ ବିଷାକ୍ତ ଅହିରାଜ ସାପ ଉଦ୍ଧାର କରାଯାଇଛି । ସୁଚନା ମୁତାବକ ଗୁରୁବାର ରାତିରେ STR ପୀଠବଟା ରେଞ୍ଜରଙ୍କଠାରୁ ଖବର ପାଇ ଅଭିଜ୍ଞ ସାପଧରାଳୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ଓ ତାଙ୍କ ସ୍ତ୍ରୀ ରାତି ପ୍ରାୟ ୮ଟା ସମୟରେ ଉକ୍ତ ପାନ୍ଥନିବାସରେ ଉକ୍ତ ପାନ୍ଥ ନିବାସରେ ପହଞ୍ଚିଥିଲେ । ସାପଟି ପାନ୍ଥନିବାସର ଏକ ଘରଦ୍ୱାର ସମ୍ମୁଖରେ ଥିବାରୁ ସେହି ଘରେ ରହୁଥିବା କଲ ମୁଣ୍ଡା ଓ ସ୍ତ୍ରୀ କୁଲି ମୁଣ୍ଡାଙ୍କ ସମେତ ତାଙ୍କର ଛୋଟ ପିଲା ଝରକା ଭାଙ୍ଗି ବାହାରକୁ ଆସି ରେଞ୍ଜରଙ୍କୁ ଖବର ଦେଇଥିଲେ । ତେବେ କୃଷ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ସାହସିକତାର ସହିତ ଉକ୍ତ ବିଷାକ୍ତ ସାପଟିକୁ ଧରି ଜଙ୍ଗଲରେ ଛାଡି ଦେଇଥିଲେ । ଉଦ୍ଧାର ସାପଟିର ଲମ୍ବ ୮ଫୁଟ ଥିବାବେଳେ ଏହାର ଆନୁମାନିକ ବୟସ ୪ ବର୍ଷ ହେବ ବୋଲି ଜଣାଯାଇଛି ।

king cobra

ସେହିପରି ଜଣେ ମହିଳା ହୋଇ ସସ୍ମିତା ନ ଡରି ସାହସିକତା ଦେଖାଇ ବିଷଧର ଅହିରାଜ ସାପଟିକୁ ଉଦ୍ଧାର କରିଥିବାରୁ ସେଠାରେ ରହୁଥିବା ଲୋକମାନେ ଆଶ୍ୱସ୍ତି ପ୍ରକାଶ କରିବା ସହିତ ତାଙ୍କର ପ୍ରଶଂସା କରି ବାହାବା ଦେଉଛନ୍ତି । ଏମିତିରେ ସାପ ଧରିବା ସେତେଟା ଅସାଧାରଣ ହୋଇନଥିଲେ ମଧ୍ୟ ଜଣେ ମହିଳା ଏମିତି ଏକ ଦୁଃସାହସିକ କାମ କରିବା ନିହାତି ରୂପେ ପ୍ରଶଂସା ଯୋଗ୍ୟ । ସେ ପୁଣି ଏକ ବିଷଧର ବିରଟକାୟ ଅହିରାଜ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି । କିନ୍ତୁ ନିର୍ଭୟରେ ହାତରେ ବିଷଧର ଅହିରାଜକୁ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ ।

ପୂରା ଘଟଣାରେ ନଜର ପକାଇଲେ ଜାଣିପାରିବେ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ଲୁଲୁଙ୍ଗ ଗେଟ୍ ନିକଟରେ ବସବାସ କରନ୍ତି କଲ ମୁଣ୍ଡା ଓ ସ୍ତ୍ରୀ କୁଲି ମୁଣ୍ଡା । ଗତକାଲି ରାତି ପ୍ରାୟ ୮ଟା ବେଳେ ତାଙ୍କର ୨ ବର୍ଷର ଶିଶୁ ପୁଅ ଦୁଆରକୁ ଯିବା ବେଳେ ସେଠାରେ ଫଣା ଟେକି ଏକ ଅହିରାଜ ସାପ ଥିଲା । ତତକ୍ଷଣାତ କୁଲା ମୁଣ୍ଡା ଶିଶୁ ଟିକୁ ଭିଡି ଆଣିଥିଲେ । ସାପଟିକୁ ଏମିତି ଫଣା ଟେକି ଥିବାର ଦେଖି ମୁଣ୍ଡା ପରିବାର ଭୟବିତ ହୋଇଯାଇଥିଲେ । ପରେ ଘର ଖଟ ଉପରେ ସମସ୍ତେ ଠିଆ ହୋଇ ଝରକାରେ ଲାଗିଥିବା ଲୁହା ରେଲିଂକୁ ଗୋଇଠା ମାରି ମାରି ଭାଙ୍ଗିଥିଲେ । ପ୍ରାୟ ୧ ଘଣ୍ଟା ସମୟ ଏହି ସାପ ସହ ବିତେଇବାକୁ ପଡିଥିଲା ସେମାନଙ୍କୁ । ଝରକା ବାଟ ଦେଇ ପୁରା ପରିବାର ଜୀବନ ବିକଳରେ ବାହାରି ଆସିଲେ । ଏହା ପରେ ବନ ବିଭାଗକୁ ଖବର ଦେବାରୁ ପିଠାବଟା ରେଂଜ ଅଫିସର ବାରିପଦାର ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ଏବାବଦରେ ସୂଚନା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.