କେନ୍ଦ୍ର ଦେଲା ଟ୍ଵିଟରକୁ ଶେଷ ଚେତାବନୀ : ନୂଆ IT ନିୟମ ଲାଗୁ କର, ନଚେତ୍‌ ପରିଣାମ ଭୋଗିବ

ନୂଆଦିଲ୍ଲୀ : ନୂଆ ଆଇ ଟି ନିୟମ ପାଳନକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ପୂର୍ଣ୍ଣଭାବେ ପ୍ରତିବଦ୍ଧ ରହିଥିବା ଜଣାଯାଇଛି । ଦୀର୍ଘ ଦିନ ହେବ ସୋସିଆଲ୍‌ ମିଡିଆର ପ୍ରମୁଖ କମ୍ପାନି Twitter ସହ ଲାଗିରହିଥିବା ବିବାଦ ଉଗ୍ର ରୂପ ନେଇଛି । କେନ୍ଦ୍ର ସରକାର କମ୍ପାନିକୁ ଏବେ ଶେଷ ଚେତାବନୀ ଦେଇଛି ।

ସରକାର ଶନିବାର ଟ୍ଵିଟରକୁ ନୋଟିସ ଜାରି କରି କହିଛନ୍ତି ଯେ ତୁରନ୍ତ ଆଇଟି ନିୟମ ପାଳନ କରିବାକୁ ଶେଷ ଚେତାବନୀ ଦିଆଗଲା । ଯଦି ଟ୍ଵିଟର ଏହି ନିୟମ ପାଳନ ନକରେ ତେବେ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ରହିଛି ସରକାର ଚେତାବନୀ ଦେଇଛନ୍ତି ।

କେନ୍ଦ୍ର ଦେଲା ଶେଷ ଚେତାବନୀ :

ସରକାର ଟ୍ଵିଟରକୁ ଶେଷ ଚେତାବନୀ ଦେଇ କହିଛନ୍ତ ଯେ ଟ୍ଵିଟର ଏହି ନିୟମକୁ ପାଳନ କରିବାକୁ ଅମଙ୍ଗ ହେଉଛି । ତେଣୁ ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଟ୍ଵିଟର ଚେଷ୍ଟା କରୁନି । ଯଦି ଟ୍ଵିଟର ଭାରତରେ ରହିବାକୁ ଚାହେଁ ତେବେ ତାକୁ ଦେଶର ନିୟମ କାନୁନ ପାଳନ କରିବାକୁ ହେବ ବୋଲି ସରକାର ଦୃଢ଼ ଭାବେ ଚେତେଇ ଦେଇଛନ୍ତି ।

କେନ୍ଦ୍ର ସରକାର କହିଛନ୍ତି ଯେ ଭାରତର ଆଇଟି ନିୟମ ୨୬ ମଇ ୨୦୨୧ ରୁ ଜାରି ରହିଛି । ତେବେ ଟ୍ଵିଟରକୁ ଶେଷ ନୋଟିସ ଜରିଆରେ ନିୟମର ପାଳନ କରିବାକୁ ସୂଚିତ କରି ଦଆଯାଇଛି । ଯଦି ତୁରନ୍ତ ଏହା ପାଳନ କରାନଯାଏ ତେବେ ତାକୁ ଯେଉଁ ଦାୟିତ୍ୱରୁ ରିହାତି ମିଳିଛି ତାକୁ ଫେରାଇ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.