ଜୁନ୍‌ ୨୧ରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା, ନଭେମ୍ବର ମାସ ଯାଏଁ ଦିଆଯିବ ମାଗଣା ରାସନ

କେନ୍ୟୁଜ୍(ବ୍ୟୁରୋ):ଦେଶରେ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା । ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ କୋଭିଡ୍‌ ଟିକା । ଜୁନ୍‌ ୨୧ରୁ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ନେଇ ଘଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁ ରାଜ୍ୟକୁ ମାଗଣାରେ ଟିକା ଯୋଗାଇଦେବେ କେନ୍ଦ୍ର ସରକାର । ୨୫ ପ୍ରତିଶତ ଭ୍ୟାକ୍ସିନ୍‌ ଘରୋଇ ହସ୍ପିଟାଲକୁ ଦିଆଯିବ ବୋଲି କହିଛନ୍ତି ପିଏମ୍‌ ମୋଦି । ଯେଉଁମାନେ ଘରୋଇ ମେଡିକାଲରେ ଟିକା ନେବାକୁ ଚାହିଁବେ ସେମାନେ ୧୫୦ ଟଙ୍କା ସର୍ଭିସ ଚାର୍ଜ ଦେଇ ଟିକାନେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ପାଇଁ ରାଜ୍ୟ ସରକାର କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ସେହିପରି ନଭେମ୍ବର ମାସ ଯାଏଁ ଦେଶର ସମସ୍ତ ରାସନ  ଉପଭୋକ୍ତାଙ୍କୁ ନଭେମ୍ବର ମାସ ଯାଏଁ ମାଗଣାରେ ରାସନ ଦିଆଯିବ। ଦେଶର ୮୦ କୋଟି ରାସନ ଉପଭୋକ୍ତା ଏଥିରେ ଉପକୃତ ହେବେ  ବୋଲି ମୋଦି କହିଛନ୍ତି।

Leave A Reply

Your email address will not be published.