ଭୁବନେଶ୍ବର: ୮୫ ବର୍ଷୀୟ ବୁଢା ବାପାକୁ ମାଡ଼ ମାରି ଗୁରୁତର କରିଦେଲେ ଝିଅ ଓ ଜ୍ବଇଁ, ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ୟୁଜ୍(ବ୍ୟୁରୋ): ୮୫ ବର୍ଷୀୟ ବୁଢା ବାପାକୁ ମାଡ଼ ମାରିବା ସହ ଶାରୀରିକ ନିର୍ଯ୍ୟାତନା ଦେଇ ଝିଅ ଜ୍ବଇଁ ଫେରାର ହୋଇଯାଛନ୍ତି। ଏଭଳି ଘଟଣା  ଘଟିଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଏହି  ଘଟଣାକୁ  ନେଇ  ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ପୋଲିସ ଏଯାବତ ଝିଅ ଜ୍ବଇଁକୁ ଧରିବାରେ ସଫଳ ହୋଇନଥିବା ଅଭିଯୋଗ କରିଛନ୍ତି  ବୃଦ୍ଧ ଜଣକ।  ମିଳିଥିବା ସୂଚନା ମୁତାବକ ଭୁବେନଶ୍ବର କାନନ ବିହାରରେ ଡକ୍ଟର  ଭିମସେନ ନାମକ ଜଣେ ୮୫ ବର୍ଷୀୟ ବୃଦ୍ଧ  ନିଜ ଝିଅ, ଜ୍ବଇଁ ଓ ନାତି ସାଙ୍ଗରେ ରୁହନ୍ତି।

bbsr 2

ଯେହେତୁ ଦୁଇପୁଅ ବାହାରେ ରହୁନ୍ତି ତେଣୁ  ଘର ଓ ସମ୍ପତ୍ତି ପାଇଁ ଝିଅ ଓ ଜ୍ବଇଁ  ବାରମ୍ବାର ବୃଦ୍ଧଙ୍କ ସହ ଝଗଡ଼ା କରନ୍ତି । ଦୁଇ ପୁଅ ବାହାରେ ରହୁଥିବାରୁ ଘରର ଅଂଶ ଝିଅ ନାଁରେ କରିଦେବାକୁ  ପ୍ରତିଦିନ ଝିଅ ଜ୍ବଇଁ ବୃଦ୍ଧଙ୍କୁ  ପ୍ରବର୍ତ୍ତାଉଥିଲେ। ଏଥିରେ ରାଜି ନହେବାରୁ ଗତ ୧୦ ତାରିଖ ସକାଳେ ଝିଅ ଜ୍ବଇଁ ଆରମ୍ଭ କରିଦେଲେ ନିର୍ଯ୍ୟାତନା। ସବୁ ସୀମା ଟପି ଅମାନୁଷିକ ଭାବେ ମାଡ଼ ମାରି ବୃଦ୍ଧଙ୍କୁ ଲହୁଲୁହାଣ କରିଦେଇଥିଲେ । ଏଭଳି ସାଂଘାତିକ ମାଡ଼ ଥିଲା ଯେ ବୃଦ୍ଧଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଥିଲା।

ଘଟଣା ଘଟାଇବା ପରେ ଝିଅ ଜ୍ବଇଁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।  ଏହି ଘଟଣା ଦେଖି ଭୀମସେନଙ୍କ ସ୍ତ୍ରୀ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରିବା  ପରେ ପିସିଆର ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଡାକ୍ତରଖାନାକୁ ନେଇଥିଲା। ବର୍ତ୍ତମାନ ଭୀମସେନଙ୍କ ଗୋଡ଼ ଓ ଅଣ୍ଟାରେ ଅପରେସନ କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମଳିଛି । ଏହି ଘଟଣାକୁ  ନେଇ ଭୀମସେନଙ୍କ ବଡ଼ପୁଅ ଚିନ୍ମୟାନନ୍ଦ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିବା ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.