ସ୍ମାର୍ଟଫୋନକୁ ହ୍ୟାକର୍ସ ତଥା ଠକେଇରୁ ବଞ୍ଚାଇବା ପାଇଁ ସେଟିଂରେ ନିଶ୍ଚୟ କରନ୍ତୁ ଏସବୁ ପରିବର୍ତ୍ତନ, ହେବନି କୌଣସି ସମସ୍ୟା
ଏବେ ସ୍ମାର୍ଟଫୋନର ବ୍ୟବହାର ବହୁତ ବଢ଼ିଗଲାଣି। ପ୍ରତ୍ୟେକ ଛୋଟ ବଡ଼ କାମ ପାଇଁ ଆମେ ମୋବାଇଲ ଉପରେ ନିର୍ଭର କରୁଛୁ। ଏଣୁ ଧୀରେ ମୋବାଇଲ ମାଧ୍ୟମରେ ଠକେଇ ମାମଲା ବି ବଢ଼ୁଛି। ଖାସ କରି ଅନଲାଇନ ସପିଂ କିମ୍ବା ଟଙ୍କା ଦେବା ନେବା କରିବା ବେଳେ ଏହି ଠକେଇ ଅଧିକ ହେଉଛି। ଏଭଳି ସ୍ଥିତିରେ ନିଜର ସୁରକ୍ଷା, ଫୋନ ହ୍ୟାକିଂ ତଥା ଠକେଇରୁ ବର୍ତ୍ତିବା ପାଇଁ ମୋବାଇଲ୍ ସେଟିଂରେ କିଛି ପରିବର୍ତ୍ତନ କରିବା ଉଚିତ।
ମୋବାଇଲ ଫୋନର ଲୋକେସନକୁ ସବୁବେଳେ ଟର୍ନ ଅଫ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପ୍ରାଇଭେସି ଲିକ୍ ହେବ ନାହିଁ।
ଫୋନରେ ସୋସିଆଲ ମିଡିଆ ଆକାଉଣ୍ଟକୁ ସବୁବେଳେ log in ରଖନ୍ତୁ ନାହିଁ। କାରଣ କିଛି ଗେମିଂ ସାଇଟ ସୋସିଆଲ ମିଡିଆ log in ପାଇଁ ଅନୁମତି ଦେଇଥାନ୍ତି। ଏହା ଦ୍ୱାରା ଫୋନ ହ୍ୟାକ ହୁଏ।
ମୋବାଇଲରେ କୌଣସି ସେନସେଟିଭ ଜିନିଷ ରଖନ୍ତୁ ନାହିଁ।
Google ଆମର ଅଧିକାଂଶ ଆକ୍ଟିଭିଟିକୁ ଟ୍ରାକ କରୁଛି। ଏଣୁ ପର୍ସନାଲଡ଼ ଆପ ଆପଣଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ଏଭଳି ସ୍ଥିତିରେ Google ଆଡ଼କୁ ଯାଇ Unable opt out of ads petsonalization କୁ କ୍ଲିକ କରି ସୁରକ୍ଷିତ ରୁହନ୍ତୁ।