Below header

ଜଳଖିଆରେ ପ୍ରସ୍ତୁତ କରନ୍ତୁ “ବେକଡ୍ ଏଗ୍”, ଲାଗିବ ମାତ୍ର ୧୫ ମିନିଟ୍

ଅଧିକାଂଶ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଅଣ୍ଡାରେ ଭିଟାମିନ ଏ, ବି ୧୨ ଓ ସେଲେନିୟମ ରହିଛି, ଯାହା ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରେ। ଏଣୁ ଏବେ କରୋନା କାଳରେ ଲୋକଙ୍କୁ ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଉଛି। ତେବେ ଅଣ୍ଡାର ତ ଆପଣ ଅନେକ ଆଇଟମ୍ ଖାଇଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ସହଜ ରେସିପି “ବେକଡ ଏଗ୍” ଶିଖାଇବୁ। ଏହାକୁ ଆପଣ ମାତ୍ର ୧୫ ମିନିଟରେ ହିଁ ମାଇକ୍ରୋୱେଭରେ ତିଆରି କରିପାରିବେ।

ବେକଡ ଏଗ୍ ପାଇଁ ସାମଗ୍ରୀ:

୪ ଅଣ୍ଡା, ୨ ପିଆଜ, ୨ ଟମାଟୋ, ୧ କ୍ୟାପସିକମ୍, ୧ କଞ୍ଚା ଲଙ୍କା, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଆବଶ୍ୟକ ମୁତାବକ ତେଲ ଓ ସ୍ଵାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ୨ ପିଆଜ, ୨ ଟମାଟୋ, ୧ କ୍ୟାପସିକମ୍, ୧ କଞ୍ଚା ଲଙ୍କାକୁ ଛୋଟ ଖଣ୍ଡ କରି କାଟିଦିଅନ୍ତୁ। ଏବେ ଅଣ୍ଡାକୁ ଭାଙ୍ଗି ଏସବୁ ଜିନିଷ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ମାଇକ୍ରୋୱେଭ ପାତ୍ରରେ ତେଲ ଲଗାଇ ଅଣ୍ଡାକୁ ସେଥିରେ ରଖି ୧୦ ମିନିଟ ବସାନ୍ତୁ। ପରେ ଟୁଥ ପିକରେ ଭିତର ସିଝିଛି କି ନାହିଁ ଚେକ କରନ୍ତୁ। ନଚେତ ଆଉ ୫ ମିନିଟ ବସାନ୍ତୁ। ପରେ ବାସନକୁ କାଢ଼ି ପରଷନ୍ତୁ ବେକଡ଼ ଏଗ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.