କ୍ରୀଡ଼ା ଜଗତର ବିରାଟ କ୍ଷତି, ଆଉ ନାହାନ୍ତି ମହାନ ଧାବକ ମିଲଖା ସିଂହ; ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଆଉ ନାହାନ୍ତି ଭାରତର ମହାନ ଧାବକ ମିଲଖା ସିଂହ। ଶୁକ୍ରବାର ବିଳମ୍ବିତ ରାତିରେ କରୋନାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମିଲଖା ସିଂହଙ୍କ ପରଲୋକରେ ସାରା ଭାରତବର୍ଷରେ ଶୋକର ଛାୟା ଖେଳି ଯାଇଛି। ସେ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ପୁଣି ଜ୍ୱର ଆସିଥିଲା ଓ ଅକ୍ସିଜେନ ଲେବଲ କମି ଯାଇଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି।

ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିଲଖା ସିଂହଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଲୁ। ଭାରତୀୟଙ୍କ ହୃଦୟରେ ମିଲଖା ସିଂହଙ୍କ ସ୍ଥାନ ସ୍ୱତନ୍ତ୍ର ଥିଲା। ସେ ନିଜ ବ୍ୟକ୍ତିତ୍ୱ ଦ୍ୱାରା ଲୋକଙ୍କୁ ପ୍ରେରିତ କରୁଥିଲେ। ତାଙ୍କ ନିଧନରେ ମୁଁ ବହୁତ ଦୁଃଖୀ।


ସୂଚନାଯୋଗ୍ୟ ଯେ ଏହି ସପ୍ତାହରେ ମିଲଖା ସିଂହଙ୍କ ପତ୍ନୀ ନିର୍ମଳ ମିଲଖା ସିଂହ ମଧ୍ୟ କରୋନାରେ ୮୫ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ସେତେବେଳେ ମିଲଖା ସିଂହ ଆଇସିୟୁରେ ଥିଲେ ଏଣୁ ତାଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.