କୁଚିଣ୍ଡା(କେ.ନ୍ୟୁଜ): ଗଛରୁ ଡେଇଁ ମାନସିକ ଅନଗ୍ରସର ଗୁରୁତର। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି (ଭାଟିପଡ଼ା) ନିକଟରେ ଥିବା ଏକ ବିରାଟ ବରଗଛରେ ଜଣେ ପ୍ରାୟ ୩୦ ବର୍ଷୀୟ ମାନସିକ ଅନଗ୍ରସର ଯୁବକ ହଠାତ ଚଢ଼ି ଯାଇଥିଲା। ମାତ୍ର ସେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଏକାଧିକ ବାର ଖସି ପଡୁଥିଲେ। ପାଖରେ ଥିବା କିଛି ଯୁବକ ଏହା ଦେଖିବାକୁ ପାଇଥିଲେ। ପରେ ସେମାନେ ଗୋବିନ୍ଦପୁର ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ।
ଆଗ୍ନିକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିବାକୁ ଗଛ ଉପରକୁ ଚଢ଼ୁଥିବା ଦେଖି ପାଗଳ ଜଣକ ଗଛର ବହୁ ଉପରକୁ ଚଢ଼ିଯାଇ ତଳକୁ ଡିଆଁ ମାରିଥିଲେ। ଫଳରେ ତଳେ ପଡି ତାଙ୍କ ଅଣ୍ଟା ଓ ଗୋଡ଼ ଭାଙ୍ଗି ଯାଇଛି। ତୁରନ୍ତ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ଅଧିକାରୀ ରାମରତନ ଭିତିରିଆଙ୍କ ସମେତ ଲାଲୁ ମୁଣ୍ଡା, ଉତ୍ତମ ଟପ୍ପୋ, ଦିବାକର କାଲୋ ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ।