ପ୍ରେମ ବିବାହ ପରେ ବରର ବଡ଼ ଭାଇ ହାତରୁ ଛେଚା ଖାଇଲା କନ୍ୟା, ଶେଷରେ ଥାନାକୁ ଗଲା ମାମଲା

ମଧ୍ୟପ୍ରଦେଶ(କେନ୍ୟୁଜ): ମଧ୍ୟପ୍ରଦେଶର ରେୱାରେ ପ୍ରେମ ବିବାହକୁ ନେଇ ଘଟିଛି ଏକ ଅଜବ ଘଟଣା । ବାହାଘର ପରେ ବରର ଭାଇ ରାସ୍ତାରେ ଦେଖା ହୋଇ ଅଚାନକ ଛେଚିଲା କନ୍ୟାଙ୍କୁ । ମାଡ଼ ଖାଇବା ପରେ ନବ ଦମ୍ପତ୍ତି ଥାନାରେ ଅଭିଯୋଗ ଲେଖିଥିଲେ । ତେବେ ଏହାକୁ ନେଇ ଏବେ ଚାରିଆଡେ ଖୁବ ଚର୍ଚ୍ଚା ଚାଲିଛି ।

3w256
pc: aajtak

ଦମ୍ପତି ଦ୍ୱୟ ରେୱା ସହରରେ ଥିବା ରାଣୀ ତାଲାବ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଏହାକୁ ବିରୋଧ କଲେ ବରର ପରିବାର ଲୋକ । ଶେଷରେ ବିବାହ ପରେ ବରର ବଡ଼ ଭାଇ ହାତରୁ ଛେଚା ମଧ୍ୟ ଖାଇବାକୁ ପଡିଲା । ଏହି ଘଟଣା ଚୋରହଟା ଥାନା ଅନ୍ତର୍ଗତ ମୋହନୀ ଅଞ୍ଚଳର । ସୂଚନା ଅନୁଯାୟୀ ଏଠାରେ ଥିବା ରବିରାଜ ସିଂ ଚୌହାନ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ପରିବାର ଲୋକ ଏଥିପାଇଁ ସହମତି ଜଣାଉ ନଥିଲେ । ଶେଷରେ ଯୁବକ ଜଣକ ଯୁବତୀକୁ ମନ୍ଦିରରେ ବିବାହ କରିଥିଲେ ।

ବିବାହ ପରେ ବର କନ୍ୟାଙ୍କୁ ନେଇ ଘରକୁ ଯାଉଥିବା ବେଳେ ଅଧବାଟରେ ବରର ବଡ଼ ଭାଇ ବିଜୟ ବାହାଦୂର ସିଂ କନ୍ୟାଙ୍କ ପାଖକୁ ଆସି ଜୋରଦାର ମାରି ଚାଲିଲା । ଏହାପରେ ସ୍ଥାନୀୟ ଲୋକ ଏଠାକୁ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ । ପରେ କଥା ଯାଇ ପହଞ୍ଚିଲା ଥାନାରେ । ଘର ଲୋକଙ୍କ ଅନୁମତିରେ ଏଭଳି ବିବାହ କରିଥିବାରୁ ଏହି ସବୁ ଘଟଣା ଘଟିଲା ବୋଲି ରିପୋର୍ଟରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.