ଈଶ୍ୱର ଜୀବିତ ଅଛନ୍ତି! ୩୦୦୦ ବର୍ଷର ପୁରୁଣା ମିଶର ମମି ଉପରେ କାହିଁକି ଲେଖାଯାଇଛି ଏମିତି, ଇଟାଲିରେ ସିଟି ସ୍କାନରୁ ଖୋଲିବ ରହସ୍ୟ

ମିଶର ମମିର ରହସ୍ୟ କ’ଣ? ଏହା ଭିତରେ କ’ଣ ଅଛି? ସିଟି ସ୍କାନ ଜରିଆରେ ଏହି କଥାକୁ ଜାଣିବା ପାଇଁ ଇଟାଲିର ଏକ ହସ୍ପିଟାଲରେ ପରୀକ୍ଷଣ କରାଯିବ। ମିଶରର ଜଣେ ପ୍ରାଚୀନ ପୂଜାରୀ ଅଙ୍ଖେଖୋସୁଁଙ୍କ ମମିକୁ ବର୍ଗାମୋର ସିବିକ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟରୁ ମିଲାନର ପୋଲିକ୍ଲିନିକୋ ହସ୍ପିଟାଲ ନିଆଯାଇଛି। ଏଠାରେ ବିଶେଷଜ୍ଞମାନେ ୩,୦୦୦ ବର୍ଷ ପୂର୍ବର ତାଙ୍କ ଜୀବନ ଏବଂ ମୃତଦେହ ପୋତାଯିବାର ରୀତିନୀତି ବିଷୟରେ ଯାଞ୍ଚ କରିବେ।

ମମି ପ୍ରୋଜେକ୍ଟ ରିସର୍ଚ୍ଚର ଡାଇରେକ୍ଟର ସବୀନା ମାଲଗୋରା କହିଛନ୍ତି, ମମି ଏକ ବାୟୋଲୋଜିକାଲ ମ୍ୟୁଜିୟମ, ଯାହାକି ଏକ ଟାଇମ୍‌ କ୍ୟାପସୁଲ ଭଳି। ସେ କହିଥିଲେ କି, ମମି ନାଁର ତଥ୍ୟ ୯୦୦ ଓ ୮୦୦ BCEର କଫିନରୁ ମିଳିଛି, ଯେଉଁଠି ଅଙ୍ଖେଖୋସୁଁ ୫ ଥର ଲେଖାଯାଇଛି, ଯାହାର ଅର୍ଥ ହେଉଛି ଭଗବାନ ଖୋସୁଁ ଜୀବିତ ଅଛନ୍ତି। ବିଶେଷଜ୍ଞମାନଙ୍କ କହିବା ହେଲା, ସେମାନେ ମିଶର ପୂଜାରୀଙ୍କ ଜୀବନ ଓ ମୃତ୍ୟୁ ବିଷୟରେ ତଥ୍ୟ ହାସଲ କରିବେ ଏବଂ ବୁଝିବେ କି, ଶରୀରକୁ ମମି ବନାଇବା ପାଇଁ କେଉଁ ପ୍ରକାରର ପ୍ରଡକ୍ଟସ୍‌ ବ୍ୟବହାର କରାଯାଇଥିଲା।

ସବୀନା ମାଲଗୋରା କହିଛନ୍ତି, ମର୍ଡନ ମେଡିକାଲ ରିସର୍ଚ୍ଚରେ ପ୍ରାଚୀନ ରୋଗ ଏବଂ ଘା’ ଉପରେ ଅଧ୍ୟୟନ ବହୁତ ମହତ୍ୱପୂର୍ଣ୍ଣ। ଆମେ ପୂର୍ବର କ୍ୟାନ୍ସର ଉପରେ ଅଧ୍ୟୟନ କରିବୁ, ଯାହାକି ମର୍ଡନ ରିସର୍ଚ୍ଚ ପାଇଁ ବହୁତ ଉପଯୋଗୀ ହୋଇପାରିବ। ସଂରକ୍ଷିତ ଶବକୁ ମମି କହିଥାଆନ୍ତି। ଏହି ଶବକୁ ଅନେକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇ ପାରିବ। ଶବ ଉପରେ ଖାସ୍‌ ରସାୟନ ଉପଯୋଗ ହୋଇଥାଏ, ଯଦ୍ଦ୍ଵାରା ଏହା ଖରାପ ହୋଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.