କଳାହାଣ୍ଡି : ଗୋଲମୁଣ୍ଡା ମହାଦେବ ମନ୍ଦିର ପଦ୍ମ ପୋଖରୀରେ ଦେଖାଦେଲା ବିରାଟ ଅଜଗର ସାପ, ଉଦ୍ଧାର କଲା ବନବିଭାଗ

ଧର୍ମଗଡ଼(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଗ୍ରାମରେ ଶିବ ମନ୍ଦିର ବଡ଼ ପୋଖରୀ ଠାରେ ଆଜି ଏକ ବିରଳ ଅଜଗର ସାପ ଦେଖିବାକୁ ମିଳିଥିଲା ।ଏହି ଦୃଶ୍ୟ ସ୍ଥାନୀୟ ଲୋକ ଦେଖିବା ପରେ ଫରେଷ୍ଟର ରମେଶ ପଣ୍ଡାଙ୍କୁ ଖବର ଦିଆଯାଇଥିଲା।  ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ସାପଟିକୁ  ଉଦ୍ଧାର କରିଥିଲେ ।

pyton1

ବନ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ ସାପରେ ଲମ୍ବ ଛଅ ଫୁଟରୁ ସାତ ଫୁଟ ହବ ।ସାପକୁ କେମିତି  ସୁରକ୍ଷିତରେ ଉଦ୍ଧାର ହବ ସେନେଇ  ବନ ବିଭାଗ କର୍ମଚାରୀ ଉଦ୍ୟମ କରିଥିଲେ ।  ପ୍ରାୟ ଏକ ଘଣ୍ଟା ଧରି ବର୍ଷା ରେ ଭିଜି ଭିଜି ଫନ୍ଦୀ ହୋଇଥିବା ଜାଲ ଭିତରୁ ଅଜଗର ସାପକୁ ଉଦ୍ଧାର କରିଥିଲେ ବନବିଭାଗ। ପରେ ସାପଟି କିପିରି ସୁରକ୍ଷିତ ରହିବ ଏଥିପାଇଁ ପରେଷ୍ଟର ରମେଶ ପଣ୍ଡା   ସାପଟିକୁ ଜଙ୍ଗଲରେ ନେଇ ଛାଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.