୨୪ ଘଣ୍ଟା ବ୍ଯାଟେରୀ ସହିତ Mivi ଲଞ୍ଚ କଲା ନୂଆ ୱେୟାରଲେସ ଇଅରଫୋନ୍, ଦାମ୍ ୯୯୯ ଟଙ୍କା
ଇଣ୍ଡିଆନ୍ ଅଡିଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ Mivi ଭାରତରେ ନିଜ ୱେୟାରଲେସ୍ ଇୟରଫୋନ୍ସ Collar Flash ଲଞ୍ଚ କରିଛି। କମ୍ପାନୀର ବାକି ଡିଭାଇସ ଭଳି ଏହା ମଧ୍ୟ ଏକ କମ୍ ଦାମରେ ମିଳୁଥିବା ଦମଦାର ପ୍ରଡକ୍ଟ । Collar Flashରେ ୧୦ ଏମଏମ ଡ୍ରାଇଭର୍ସ ସହିତ ବ୍ଲୁଟୁଥ୍ ୫.୦ ସପୋର୍ଟ ଦିଆଯାଇଛି ।
ମିଭି କୋଲାର ଫ୍ଲାଶର ଦାମ୍ ଭାରତରେ ୧୦୯୯ ଟଙ୍କା ରଖାଯାଇଛି । ତେବେ ଗ୍ରାହକ ଏହାକୁ ଆମାଜନ ଇଣ୍ଡିଆ ଓ କମ୍ପାନୀର ସାଇଟରୁ କିଣିପାରିବେ । ଲଞ୍ଚ୍ ଅଫର ଅନୁସାରେ ବର୍ତ୍ତମାନ ଗ୍ରାହକଙ୍କୁ ଏହା ୯୯୯ ଟଙ୍କାରେ ଅଫର କରାଯାଉଛି । ଏହି ନୂଆ ପ୍ରଡକ୍ଟକୁ ବ୍ଲାକ୍, ବ୍ଲୁ, ଗ୍ରେ, ଗ୍ରୀନ୍, ରେଡ୍ ଓ ଅରେଞ୍ଜ କଲର ଅପ୍ସନରେ ମାର୍କେଟକୁ ଆଣିଛି କମ୍ପାନୀ । ପ୍ରଡକ୍ଟ ଉପରେ ୧ ବର୍ଷର ୱାରେଣ୍ଟି ଦେଉଛି କମ୍ପାନୀ ।
ଏହି ଡିଭାଇସରେ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କମ୍ପାନୀର କହିବାନୁସାରେ ଫୁଲ୍ ଚାର୍ଜରେ ୟୁଜର୍ସ ଏହାକୁ ୨୪ ଘଣ୍ଟା ଚଲାଇ ପାରିବେ । ଏହା ଫୁଲ୍ ଚାର୍ଜ ହେବା ପାଇଁ ୪୫ ମିନିଟ୍ ସମୟ ଲାଗିବ । କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ସପୋର୍ଟ ମଧ୍ୟ ଦିଆଯାଇଛି ।
ଏହି ଡିଭାଇସ ସ୍ୱେଟ୍ ଓ ୱାଟର ରେସିଷ୍ଟାନ୍ସ ପାଇଁ IPX୫ ରେଟେଡ୍ । ଏଥିରେ ସିକ୍ୟେର ଫିଟ୍ ପାଇଁ ୟୁଜର୍ସ ୩ ପେୟରଟିପ୍ସ ମଧ୍ୟ ମିଳିବ । ଏହା ସହିତ ଇୟରବଡ୍ସର ବ୍ୟାକରେ ମ୍ୟାଗ୍ନେଟ୍ ମଧ୍ୟ ଦିଆଯାଇଛି । ଯେତେବେଳେ ୟୁଜର୍ସ ଏହାକୁ ବ୍ୟବହାର କରିବେନି ସେମାନେ ଏହାକୁ ଲଗାଇ ରଖିପାରିବେ ।