ଭୁବନେଶ୍ବର: ବର୍ଷେ ହେବ ନିଜ ପାଖରେ ରଖି ୭ ବର୍ଷର ନାବାଳିକୁ କୁପୋଷଣ କରାଇଦେଲା ସାବତ ମା’, ଥାନାରେ ମାମଲା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଉପକଣ୍ଠର ବାଲିପାଟଣାରୁ ସାବତ ମା ଦ୍ବାରା ନିର୍ଯ୍ୟାତିତ ହେଉଥିବା ନାବାଳିକା ଉଦ୍ଧାର। ଶିଶୁଟିକ ଖାଇବାକୁ  ନଦେଇ ବିଭିନ୍ନ ନିର୍ଯ୍ୟାତତା ଦେଉଥିଲେ ସାବାତ ମା।  ଶିଶୁଟିର ବୟସ ୭ ବର୍ଷ ହେବ ବୋଲି ଜଣା ଯାଇଛି । ଜନ୍ମକଲା ମା ଏବିଷୟରେ ଜାଣିବା ପରେ କିଛି ସ୍ଥାନୀୟ କିଛି ସାମାଜିକ କର୍ମୀଙ୍କ ସହାୟତାରେ ନିଜ ଝିଅକୁ  ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ମୁତାବକ ନାବାଳିକାର ବାପା ଦ୍ବିତୀୟ ବିବାହ କରି ପ୍ରଥମ ସ୍ତ୍ରୀର ଝିଅକୁ  ପାଖାପାଖି ବର୍ଷେ ହେବ ନିଜ ପାଖରେ ରଖୁଥିଲା। କିନ୍ତୁ  ନାବାଳିକାରର ସାବତ ମା’ ଶିଶୁଟିକୁ ଖାଇବାକୁ  ନଦେଇ  କୁପୋଷଣ ରୋଗୀ କରାଇଦେଇଥିଲା। ଏହି ଖବର ଶିଶୁଟିର ମା’ ଜାଣିବା ପରେ ନିଜ ଝିଅକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ଚାଇଲ୍ଡଲାଇନର ହସ୍ତକ୍ଷେପ କରି ଶିଶିଟିକୁ ଡାକ୍ତରଖାନାରେ ସମସ୍ତ ଆବଶ୍ୟକୀୟ ଯତ୍ନ, ଔଷଧ ଏବଂ ଖାଦ୍ୟ ଯୋଗାଇ  ଦେଉଛନ୍ତି। ଏହି ଘଟଣାରେ ଚାଇଲ୍ଡଲାଇନ ଶିଶୁଟିର ଜେଜେବାପାଙ୍କୁ ସାଥିରେ ନେଇ ବାଲିପାଟଣା ଥାନାରେ ଏଫଆଇଆର କରିଛନ୍ତି।

Leave A Reply

Your email address will not be published.