Below header

ଏହି ବ୍ଲଡ ଗ୍ରୁପ ଲୋକେ କମ୍‌ ଖାଆନ୍ତୁ ଚିକେନ-ମଟନ, ଜାଣନ୍ତୁ କ’ଣ ହେବ ଅସୁବିଧା

ଅଧିକାଂଶ ସମୟରେ ଦେଖାଯାଇଛି ଦାମିକିଆ ଓ ପୁଷ୍ଟିକର ଖାଦ୍ୟ ଖାଉଥିଲେ ହେଁ ଲୋକେ ରୋଗରେ ପଡ଼ିଥାନ୍ତି । ଏହା ପଛରେ ରହିଛି ଆପଣଙ୍କ ବ୍ଲଡ୍‌ ଗ୍ରୁପ୍‌ ର କାରଣ । ବ୍ଲଡ ଗ୍ରୁପ ହିସାବରେ ଯଦି ଆପଣ ଖାଦ୍ୟ ଖାଇବାକୁ ନିଷ୍ପତ୍ତି ନେବେ ତେବେ ଆପଣ କମ୍‌ ରୋଗରେ ପଡ଼ିବା ସହ ସ୍ୱାସ୍ଥ୍ୟ ଠିକ୍‌ ରହିବ ।

WebMD ରିପୋର୍ଟ ଅନୁସାରେ ପ୍ରତି ବ୍ଲଡ୍‌ ଗ୍ରୁପ୍‌ର ଅଲଗା ସ୍ୱଭାବ ଓ ପ୍ରକୃତି ହୋଇଥାଏ । ଏଥିପାଇଁ ଆମର ଖାଦ୍ୟ ପାନୀୟ ମଧ୍ୟ ବ୍ଲଡ୍‌ ଗ୍ରୁପ୍‌ ଅନୁଯାୟୀ ହେବା ଉଚିତ୍‌ । ଆଜି ଜାଣିବା କେଉଁ ବ୍ଲଡ୍‌ ଗ୍ରୁପ୍‌ କ’ଣ ଖାଦ୍ୟ ଖାଇବା ଉଚିତ୍‌ ।

food for o blood group
photo credit: aajtak.in

O ବ୍ଲଡ୍‌ ଗ୍ରୁପ୍‌ କ’ଣ ଖାଇବା ଉଚିତ୍‌ :

ଏହି ଗ୍ରୁପ୍‌ର ଲୋକେ ହାଇ ପ୍ରୋଟିନ ଯୁକ୍ତ ଭୋଜନ ନେବା ଦରକାର । ଖାଦ୍ୟରେ ଡାଲି, ମାଛ, ମାଂସ,ଫଳ ଆଦି ଦ୍ରବ୍ୟ ସାମିଲ ହେବା ଦରକାର । ଆପଣଙ୍କ ଭୋଜନରେ ଶସ୍ୟ ଓ ବିନ୍ସ ସହିତ ଫଳ ମାତ୍ରା ମଧ୍ୟ ସନ୍ତୁଳିତ ରଖନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେବ ।

food for b blood group
photo credit: aajtak.in

A ବ୍ଲଡ ଗ୍ରୁପ୍‌ କ’ଣ ଖାଇବା ଜରୁରୀ :

ଏହି ଗ୍ରୁପର ଲୋକେ ଭୋଜନରେ ସବୁଜ ପନିପରିବା ଛଡ଼ା ସି ଫୁଡ ଓ ବିଭିନ୍ନ ପ୍ରକାରର ଡାଲି ସ ।ମିଲ କରନ୍ତୁ । ଏମାନଙ୍କର ଇମ୍ୟୁନିଟି ବହୁତ ସମ୍ବେଦନଶୀଳ ହୋଇଥିବାରୁ ଏମାନେ ଖାଦ୍ୟ ପାନୀୟ ଉପରେ ବହୁତ ଧ୍ୟାନ ଦେବା ଜରୁରୀ । ଏମାନେ ଚିକେନ-ମଟନ ଯେତେ ନଖାଇବେ ଭଲ ।

food for b blood group
photo credit: aajtak.in

B ବ୍ଲଡ ଗ୍ରୁପ୍‌ କ’ଣ ଖାଇବା ଜରୁରୀ :

ଖାଦ୍ୟ ମାମଲାରେ ବି ଗ୍ରୁପ ଲୋକେ ବହୁତ ଭାଗ୍ୟବାନ । ଏମାନଙ୍କୁ କୌଣସି ଖାଦ୍ୟ ନଖାଇବାକୁ ମନା ନାହିଁ । ଆପଣ ସବୁଜ ପନିପରିବା, ମାଛ, ମଟନ ଓ ଚିକେନ୍‌ ସବୁ କିଛି ଖାଇପାରିବେ । ଏମାନଙ୍କର ପାଚନ ଶକ୍ତି ବହୁତ ଭଲ ଥିବାରୁ ଏମାନଙ୍କ ଦେହରେ ଫ୍ୟାଟ୍‌ ଜମା ହୁଏନି । ତେଣୁ ଏମାନେ ଦୁଗ୍ଧ ଜାତ ଓ ଅଣ୍ଡା ଆଦି ଭରପୁର ଖାଇପାରିବେ ।

AB ବ୍ଲଡ ଗ୍ରୁପ୍‌ କ’ଣ ଖାଇବା ଜରୁରୀ :

ଏହି ବ୍ଲଡ ଗ୍ରୁପ୍‌ର ବହୁତ କମ୍‌ ଲୋକ ଥାଆନ୍ତି । ଯେଉଁ ଖାଦ୍ୟ ଏ ଓ ବି ଗ୍ରୁପ ଲୋକଙ୍କୁ ଖାଇବାକୁ ମନା କରାଯାଇଛି ସେହି ଖାଦ୍ୟ ଏବି ବ୍ଲଡ ଗ୍ରୁପ ଲୋକ ଖାଇବା ଅନୁଚିତ୍‌ । ଏହି ଗ୍ରୁପ ଲୋକେ ଫଳ ଓ ସବୁଜ ପନିପରିବା ଅଧିକ ଖାଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.