ଆସୁଛି ଲଘୁଚାପ ପରେ ଲଘୁଚାପ, ବଢିବ ବର୍ଷାର ପରିମାଣ

କେନ୍ୟୁଜ୍(ବ୍ୟୁରୋ):  ଆଗକୁ ମୌସୁମୀ ବର୍ଷା ପରିମାଣ ବଢିବା ସମ୍ଭାବନା । ଆସୁଛି ଲଘୁଚାପ ପରେ ଲଘୁଚାପ। ଗୋଟିଏ ଜୁଲାଇ ୧୧ରେ ଅନ୍ୟଟି ଜୁଲାଇ ୧୮ କିମ୍ବା ୧୯ରେ ଆସିବା ନେଇ ପୂର୍ବାନୁମାନ ହୋଇଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ, ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମକେନ୍ଦ୍ର ଏବଂ ଉତ୍ତର ପଶ୍ଚିମବଙ୍ଗ ସାଗରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ର ଉତ୍ତର-ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିପାରେ। ଫଳରେ ବର୍ତ୍ତମାନ ସକ୍ରିୟ ଥିବା ମୌସୁମୀ ଅଧିକ ସକ୍ରିୟ ହୋଇ ପଡ଼ିବ। କେବଳ ଜୁଲାଇ ୧୧ ନୁହଁ, ଜୁଲାଇ ୧୮ କିମ୍ବା ୧୯ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ପାଗ ଅନୁକୂଳ ଥିବାରୁ, ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ନିକଟରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଜାସନ ନିକ୍‌ହୋଲ୍‌ସ। ଫଳରେ ଅଧିକ ବର୍ଷାର ଅନୁମାନ ରହିଛି। ଜୁନ୍‌ ୧ରୁ ଜୁଲାଇ ୮ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୧୬ ପ୍ରତିଶତ କମ ବର୍ଷା ହୋଇଛି। ରାଜ୍ୟର ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ବର୍ଷା ପରିମାଣ ବଢିଲେ ନିଅଣ୍ଟ କମିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.