‘ମୋ ବୋହୂକୁ ପୁଅ ଓ ସ୍ୱାମୀ ମିଶି ମାରିଦେଲେ’

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ନିଜ ସ୍ତ୍ରୀ ଥାଇ ଆଉ ଜଣଙ୍କ ସହ ସମ୍ପର୍କ ରଖିଥିଲେ ଯୁବକ । ଏହାକୁ ନେଇ ପତ୍ନୀ ସହ ଗଣ୍ଡଗୋଳ ହେଲା ଓ ଯୁବକ ଜଣକ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ବାଲିପାଟଣା ଗାଁରେ ଏହି ଘଟଣା ଘଟିଛି । ନିମାଇ ବାଇଙ୍କ ପୁଅ ଦେବାଶିଷ ବାଇ ସେହି ପଞ୍ଚାୟତର ଦୀପିକା ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ବାହା ହୋଇଥିଲା । ଦୁଇ ବର୍ଷ ତଳେ ସେମାନଙ୍କ ବାହାଘର ହୋଇଥିଲା । ତେବେ ବିବାହର କିଛି ଦିନ ପରେ ପରକୀୟା ପ୍ରେମକୁ ନେଇ ଦେବାଶିଷ ନିଜ ସ୍ତ୍ରୀ ଦୀପିକା ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । ତାଙ୍କ ମା ଏଥିରେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦେବାଶିଷ ମାଡ଼ ମାରୁଥିଲା ।

ଏହିଭଳି ଅତ୍ୟାଚାର ଭିତରେ ଶାଶୁ ବୋହୂ ରହୁଥିବା ବେଳେ ଗତକାଲି ବୋହୂ ଦୀପିକାର ମୃତଦେହ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ଦେବାଶିଷ ମା ଶ୍ରୀମତୀ ନିଜ ପୁଅ ବିରୋଧରେ ବୟାନ୍‌ ଦେଇ ବୋହୂକୁ ସେହି ମାରିଛି ବୋଲି କହିଛନ୍ତି । ଖାଲି ଏତିକି ନୁହେଁ, ପୁଅକୁ ଏଥିରେ ତାଙ୍କ ସ୍ୱାମୀ, ପଡ଼ୋଶୀ ସୋନାଲି ବାଇ ଏବଂ କ୍ଷୀରୋଦ ବାଇ ସହଯୋଗ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

DIPIKA-2

ଏପଟେ ମା ଶ୍ରୀମତୀ ବାଇଙ୍କୁ ସମର୍ଥନ କରି ଗାଁ ଲୋକେ ମଧ୍ୟ ଏକଜୁଟ ହୋଇଛନ୍ତି । ଗାଁର ମହିଳାମାନେ ମୃତ ଦୀପିକାଙ୍କ ପାଇଁ ନ୍ୟାୟ ଦାବି କରି ଥାନା ଘେରାଉ କରିଥିଲେ । ଗାଁରେ ଉତ୍ତେଜନା ଲାଗି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.