କୋରାପୁଟ: ମଦ ଜବତ କରିବାକୁ ଯାଇଥିବା ଅବକାରୀ ବିଭାଗ ଓ ପୋଲିସ ମାଡ଼ରେ ଜଣେ ଆହତ ଅଭିଯୋଗ

କୋରାପୁଟ(କେନ୍ୟୁଜ୍): ମଦ ଜବତ କରିବାକୁ ଯାଇ ଅପ୍ରୀତିକର ପରିସ୍ଥିତି। ଅବକାରୀ ବିଭାଗ ଓ ପୋଲିସ ମାଡ଼ରେ ଜଣେ ଆହତ ଅଭିଯୋଗ। କୋରାପୁଟ ସଦର ଥାନା ଡେଙ୍ଗା ଜାନିଗୁଡା ଗ୍ରାମରେ ଚୋରା ମଦ ବ୍ୟବସାୟ ଖବର ପାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢଉ କରିଥିଲା ପୋଲିସ ଓ ଅବକାରୀ ବିଭାଗ। ୧୦ ଅଧିକାରୀଙ୍କ ସମେତ ୪୦ ଜଣିଆ ଟିମ ଭୋର ୫ଟାରେ କରିଥିଲେ ଚଢଉ। ଏହାକୁ ବିରୋଧି କରି ମଦ ବ୍ୟବସାୟୀ ଓ ପୋଲିସ ଟିମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପୋଲିସ ଓ ଅବକାରି ଟିମ ମାଡ଼ରେ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଓ ଡାକ୍ତରଖାନା ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି। ମାଡ଼ ଘଟଣାକୁ ପୋଲିସ ଓ ଅବକାରୀ ବିଭାଗ ଖଣ୍ଡନ କରିଛନ୍ତି। ୨୫୦ ଲିଟରରୁ ଉର୍ଦ୍ଧ୍ଵ ମଦ ସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏନେଇ ୪ଜଣ ମହିଳା ଓ ୪ ଜଣ ପୁରୁଷଙ୍କୁ ଥାନାରେ ଅଟକ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.