ଏସ୍କର୍ଟ ବାଇକ୍ ସହ ମିନିଟ୍ରକରୁ ବିପୁଳ ପରିମାଣର ଶାଗୁଆନ ଗଣ୍ଡି ଜବତ, ୨ ଗିରଫ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ବନ ବିଭାଗ ମୋବାଇଲ ସ୍କ୍ୱାର୍ଡ ଏବଂ ମୋହନା ବନ ବିଭାଗର ମିଳିତ ପେଟ୍ରୋଲିଂ ବେଳେ ଅଡବା ଥାନା ଡମ୍ବଗୁଡା ଗ୍ରାମ ବିଶ୍ରାମାଗାର ନିକଟରୁ ଏକ ୪୦୭ ମିନି ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରିଛି ।  ଏହା ସହ ଏକ ଏସ୍କର୍ଟ ବାଇକ ମଧ୍ୟ ଜବତ ହୋଇଛି l

ଏହି ଘଟଣାରେ ୨ଜଣ କାଠ ମାଫିଆକୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ଖଜୁରିପଦା ଅଞ୍ଚଳର କାଠ ମାଫିଆ ତିମି ଗମାଙ୍ଗ ଏବଂ କନ୍ଧମାଳ ଜ଼ିଲ୍ଲା ବ୍ରାହ୍ମଣୀଗାଁ ଥାନା ଗୁଡିକିଆ ଗ୍ରାମର ସୁବଳ ରଣସିଂ l ଜବତ ୩୬ଟି ଶାଗୁଆନ ଗଣ୍ଡିର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ l ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା ଚାଲିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଜପତି ଜ଼ିଲ୍ଲା ବନ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.