ପାର୍ବଣ ପାଇଁ ପ୍ରସ୍ତୁତି! ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ମାସିକ ଦରମା

ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବରରୁ କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ପାଇବେ। ଏହି ବିଷୟରେ ବିଭିନ୍ନ ରିପୋର୍ଟ ମଧ୍ୟ ଆସୁଛି ଯେ, ସେପ୍ଟେମ୍ବରରୁ ତାଙ୍କର ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇବ। ମୂଲ୍ୟାଙ୍କନ କରାଯାଉଛି ଯେ ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମା କେତେ ବୃଦ୍ଧି ପାଇବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ମାସିକ ଦରମା ୩୦୦୦ରୁ ୩୦୦୦୦ ଟଙ୍କାକୁ ବୃଦ୍ଧି ପାଇବ। ତେବେ ମାସିକ ଦରମା କେତେ ବୃଦ୍ଧି ପାଇବ, ଏହା କର୍ମଚାରୀଙ୍କ ବେତନ ସ୍କେଲ ଉପରେ ନିର୍ଭର କରିବ। ବର୍ତ୍ତମାନ, ସପ୍ତମ ବେତନ ଆୟୋଗ ଅଧୀନରେ, କେନ୍ଦ୍ରୀୟ କର୍ମଚାରୀମାନେ ୧୭% ମହଙ୍ଗା ଭତ୍ତା ପାଉଛନ୍ତି।

ଯେତେବେଳେ ଶେଷ ତିନୋଟି କିସ୍ତିର DA ବୃଦ୍ଧି ପୁନଃସ୍ଥାପିତ ହେବ। ତା’ପରେ ଏହା ସିଧାସଳଖ ୨୮% ହୋଇଯିବ। ଏଥିରେ, ଜାନୁୟାରୀ ୨୦୨୦ରେ DA କୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। ତା’ପରେ ଦ୍ୱିତୀୟାର୍ଦ୍ଧରେ ୩ ପ୍ରତିଶତ ବୃଦ୍ଧି କରାଗଲା। ସେହିପରି ଜାନୁଆରୀ ୨୦୨୧ରେ ୪ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ଯଦି ଜୁଲାଇ ୨୦୨୧ରେ ମଧ୍ୟ ଏହା ୩ ପ୍ରତିଶତ ବୃଦ୍ଧି ପାଇବ, ତେବେ କେନ୍ଦ୍ରୀୟ କର୍ମଚାରୀମାନେ ସେପ୍ଟେମ୍ବରରୁ ୩୧ ପ୍ରତିଶତ DA ପାଇବେ |

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ DA, DR ବୃଦ୍ଧି ପାଇଁ କେନ୍ଦ୍ର ସରକାର ୩୦୦୦୦ କୋଟି ଟଙ୍କା ଖର୍ଚ୍ଚ କରିପାରନ୍ତି। ସେହିଭଳି ରାଜ୍ୟଗୁଡିକ ପାଇଁ ପ୍ରାୟ ୬୦୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବେସିକ ଦରମା ୨୩୦୦୦ରୁ ସର୍ବାଧିକ ୨.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଆଶା କରାଯାଏ ଯେ ଉତ୍ସବ ପୂର୍ବରୁ ସରକାର DA, DRରେ ବୃଦ୍ଧି କରିବେ। ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ପହିଲାରୁ DA, DR ବୃଦ୍ଧି କାର୍ଯ୍ୟକାରୀ ହେବ ଏବଂ ଏହାର ଅକ୍ଟୋବର ୧୫ ପୂର୍ବରୁ କ୍ରେ଼ଡିଟ୍ ହେବ। ଯେଉଁଥିରେ ଦୁଇ ମାସର ବକେୟା ମଧ୍ୟ ଅନ୍ତର୍ଭୂକ୍ତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.