ପୁଅ ଜନ୍ମ ପରେ ଗୀତା ବାସ୍ରା ସେୟାର କଲେ ଭିଡିଓ, କହିଲେ- ଆମେ ସମ୍ପୂର୍ଣ୍ଣ ହେଲୁ

ବଲିଉଡ ଅଭିନେତ୍ରୀ ଗୀତା ବାସ୍ରା ଓ କ୍ରିକେଟର ହରଭଜନ ସିଂହଙ୍କ ଘରକୁ ନିକଟରେ ନୂଆ ଅତିଥି ଆସିଛନ୍ତି। ଉଭୟରେ ଦ୍ଵିତୀୟ ଥର ପାଇଁ ପ୍ୟାରେଣ୍ଟସରେ ହୋଇଛନ୍ତି। ଶନିବାର ଦିନ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ବର୍ତ୍ତମାନ ଗୀତା ଏକ ଭିଡିଓ ସେୟାର କରିଛନ୍ତି। ତା’ସହ ଏକ ନୋଟ୍ ମଧ୍ୟ ଲେଖିଛନ୍ତି।

ଭିଡିଓରେ ଏକ ଝୁଲଣା ନଜର ଆସୁଛି। ସେଥିରେ ଛୋଟ ଛୁଆଙ୍କ ଡ୍ରେସ ଓ ଟେଡି ବିୟର ଅଛି। ଡ୍ରେସରେ ଲେଖା ଅଛି- Born in 2021, Baby Plaha. ଭିଡିଓର କ୍ୟାପସନରେ ଗୀତା ଲେଖିଛନ୍ତି- ନୂଆ ଛୋଟ ଛୋଟ ହାତ ଧରିବା ପାଇଁ। ତା ଭଲ ପାଇବା ଗ୍ରାଣ୍ଡ। ସୁନା ଭଳି ଦାମୀ। ଏକ ସୁନ୍ଦର ଉପହାର। ଆମ ଜୀବନ ସମ୍ପୂର୍ଣ୍ଣ ହେଲା। ସମସ୍ତ ଫ୍ୟାନଙ୍କୁ ଭଲ ପାଇବା ଓ ସପୋର୍ଟ ପାଇଁ ଧନ୍ୟବାଦ।

 

View this post on Instagram

 

A post shared by Geeta Basra (@geetabasra)

ପ୍ରକାଶ ଯେ ଗୀତା ବାସ୍ରା ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ସେ ୨୦୦୬ରେ ଡେବ୍ୟୁ କରିଥିଲେ। ତେବେ ୨୦୧୬ ପରଠୁ ଗୀତାଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ।

Leave A Reply

Your email address will not be published.