ଛଅ ମାସ ପରେ ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ, ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ନେଇ ଆଜି ବସିବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବୈଠକ

କେନ୍ୟୁଜ୍(ବ୍ୟୁରୋ): କରୋନା କଟକଣା ଭିତରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଛଅ ମାସ ପରେ ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ । ଅପରାହ୍‌ଣ ୪ଟାରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବସିବ ବୈଠକ। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା, କୋଭିଡ ଗାଇଡଲାଇନ ପାଳନ ପାଇଁ ସ୍ଥିତି ଅନୁଧ୍ୟାନ ନେଇ ବୈଠକରେ ଆଲୋଚନା ହେବ।

ଏହାସହ ଗାଇଡଲାଇନର କଡ଼ାକଡ଼ି ନିୟମ ପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସ୍କୁଲର ସ୍ଥିତି ଅନୁଧ୍ୟାନ କରିବାକୁ ନୋଡାଲ ଅଫିସର ମାନେ ସମସ୍ତ ଜିଲ୍ଲା ଗସ୍ତ କରୁଛନ୍ତି। ସ୍କୁଲ ଖୋଲିବା ପୂୂର୍ବରୁ ଗାଇଡଲାଇନ ପାଳନ ନେଇ ଭିତ୍ତିଭୂମି ପ୍ରସ୍ତୁତ ରହିଛି କି ନାହିଁ ସେନେଇ ଯାଞ୍ଚ କରୁଛନ୍ତି। ଏବେ ସୁଦ୍ଧା ହଷ୍ଟେଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଜୁଲାଇ ୨୬ ପରେ ନିଜେ ସ୍ଥିତି ପରଖିବେ ବୋଲି କହିଛନ୍ତି ସମୀର ଦାଶ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.